ରାଉରକେଲା: ରିଙ୍ଗ ରୋଡଡିଏଭି ଛକ ନିକଟରେ ବାଇକ୍ କୁ ଧକ୍କା ଦେଲା ଟ୍ରକ୍।। ବାଇକ୍ ଆରୋହୀ ଗୁରୁତର।। ହସ୍ପିଟାଲ୍ ରେ ଭର୍ତ୍ତି।

0 52

ରାଉରକେଲା: ୯/୯
(ସତ୍ୟାନ୍ୟୁଜ) ରାଉରକେଲା ରିଙ୍ଗ ରୋଡ ରେ ଦୁର୍ଘଟଣା ଥମିବାର ନାଁ ନେଉ ନାହିଁ। ପ୍ଲୁଟୋନ ମଲ୍ ନିକଟରେ ଗତ ୩ ତାରିଖରେ କାର ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିବା ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଜି ସକାଳେ ଡିଏଭି ଛକ ନିକଟ ରିଙ୍ଗ ରୋଡ ରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ୍ ଆରୋହିଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଜେପି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ରିଙ୍ଗ ରୋଡ ରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ହେଉଥିବାରୁ ଏହାର ନିୟନ୍ତ୍ରଣ ପାଇଁ ପୋଲିସ
ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହେଉଛି।

Leave A Reply

Your email address will not be published.