ରାଉରକେଲା: ସାଙ୍ଗର ଗୁଳିରେ ସାଙ୍ଗ ଗୁରୁତର।। ବାରାହା ଶିକାର କରୁଥିବା ବେଳେ ଅଘଟଣ।

0 159

ରାଉରକେଲା: ୮/୯ (ସତ୍ୟାନ୍ୟୁଜ) ସାଙ୍ଗରେ ଗୁଳିରେ ଅନ୍ୟଜଣେ ସାଙ୍ଗ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ। ଗୁରୁଣ୍ଡିଆ ଥାନା କୁଡାସୋଲ ଅଞ୍ଚଳର ତିନିଜଣ ସାଙ୍ଗ ବାରହା ଶିକାର କରିବାକୁ ଯାଇ ଥିଲେ। ଜଙ୍ଗଲ ରେ ଶିକାର କରିବା ବେଳେ ଜଣେ ସାଙ୍ଗ ବାରହା କୁ ଗୁଳି କରୁ ଥିଲା। ଏତିକି ବେଳେ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ସାଙ୍ଗର ଜଙ୍ଘ ରେ ବାଜିଥିଲା। ଗୁରୁତର ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ତୁରନ୍ତ ରାଉରକେଲା ଚିକିତ୍ସା ପାଇଁ ପଠାଇଛନ୍ତି। ଏହି ଘଟଣା ପରେ ଗୁରୁଣ୍ଡିଆ ପୋଲିସ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

Leave A Reply

Your email address will not be published.