ସୁନ୍ଦରଗଡ଼ : ବେଆଇନ୍ ବାଲି ଖନନ ଏବଂ ପରିବହନ ଉପରେ ଖଣି , ପୋଲିସ୍ ଏବଂ ରାଜସ୍ୱ ବିଭାଗର ଚଢ଼ାଉ।। ୧୬ ଟିହାଇବା ସହ ଜେସିବି, ପୋକ୍ଲେନ୍ ଜବତ୍।
ସୁନ୍ଦରଗଡ଼ରେ ବେଆଇନ ବାଲି ଖନନ ବିରୋଧରେ ବଡ଼ ଧରଣର ଚଢ଼ାଉ!
ସୁନ୍ଦରଗଡ଼ : ସେପ୍ଟେମ୍ବର ୯: (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଇବ୍ ନଦୀ ପଠାରେ ବେଆଇନ ବାଲି ଖନନ ଓ ପରିବହନ ବିରୋଧରେ ମାଇନ୍ସ ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉ ଜାରି ରହିଛି।
ଭସ୍ମା ଥାନା ଅଞ୍ଚଳର କୁଣ୍ଡୁକେଲା , ଭସ୍ମା ଏବଂ କୁଡ଼ାବଗା ନଦୀଘାଟ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ଏହି ଏନଫୋର୍ସମେଣ୍ଟ ଅଭିଯାନ।
ଚଢ଼ାଉ ବେଳେ ବାଲି ବୋଝେଇ ୧୬ଟି ହାଇଭା ଟ୍ରକ୍, ୪ଟି ପୋକଲେନ୍ ମେସିନ୍ ଏବଂ ଦୁଇଟି JCB ଜବତ କରାଯାଇଛି।
ବେଆଇନ ବାଲି ଖନନ ଏବଂ ପରିବହନରେ ଏହି ଯନ୍ତ୍ରପାତି ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି।
ମାଇନ୍ସ ବିଭାଗ ପକ୍ଷରୁ ଏବେ ଅନ୍ୟ ସନ୍ଦିଗ୍ଧ ବେଆଇନ ବାଲି ଖନନ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି।
ବେଆଇନ ବାଲି ଖନନ ଉପରେ ଏହି ଧରଣର କଡ଼ା କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣା ପଡ଼ଛି। ପୋଲିସ୍ କିମ୍ବା ଖଣି ବିଭାଗ ଏପର୍ଯ୍ୟନ୍ତ କୌଣସି ବାଲି ମାଫିଆଙ୍କୁ ଧରି ପାରି ନାହାନ୍ତି।