ବିରମିତ୍ରପୁର: ବି ଏସ ଏଲ କର୍ମଚାରୀଙ୍କ ଘରୁ ବଡ ଧରଣର ଚୋରି।। ଲକ୍ଷାଧିକ ଟଙ୍କା ର ଗହଣା , ନଗଦ ଲୁଟ୍। ପୋଲିସ୍ ତଦନ୍ତ ଜାରି।
ରାୟବୋଗା ରୋଡ୍ରେ ବିଏସଏଲ୍ କର୍ମଚାରୀଙ୍କ ଘରୁ ବଡ଼ ଚୋରି!
ଘରେ ପଶି ଲୁଟିନେଲେ ସୁନା, ରୁପା ଗହଣା ଓ ନଗଦ।
ବିରମିତ୍ରପୁର:୯/୯(ସତ୍ୟାନ୍ୟୁଜ) ରାୟବୋଗା ରୋଡ୍ରେ ଜଣେ ବିଏସଏଲ୍ କର୍ମଚାରୀଙ୍କ ଘରେ ବଡ଼ ଧରଣର ଚୋରି ହୋଇ ଯାଇଛି। ପରିବାର ଲୋକେ ୫ ଦିନ ପାଇଁ କୋଲକାତା ଯାଇଥିବା ବେଳେ ବୁଧବାର ସକାଳେ ଘରକୁ ଫେରିବା ପରେ ଚୋରି ଘଟଣା ସାମ୍ନାକୁ ଆସିଥିଲା।
ଘରର କବାଟ ଖୋଲିବା ପରେ ଭିତରେ ଥିବା ୫ଟି ଆଲମାରୀ ଭଙ୍ଗା ଅବସ୍ଥାରେ ପଡ଼ିଥିବା ବେଳେ ସମସ୍ତ ସାମଗ୍ରୀ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ଘରେ ରଖାଯାଇଥିବା ସୁନା-ରୁପାର ସମସ୍ତ ଗହଣା, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରମାନେ ଲୁଟିନେଇଛନ୍ତି।
ଖବର ପାଇ ବିରମିତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଚୋରମାନେ ପୂର୍ବରୁ ଘରର ରେକି କରିଥିବା ସନ୍ଦେହ କରାଯାଉଛି।
ଚୋରମାନେ ଘରର ସାମ୍ନାପଟୁ ପ୍ରବେଶ କରିନଥିବା ବେଳେ, ପଛପଟ ଭେଣ୍ଟିଲେଟର ଦେଇ ଘର ଭିତରକୁ ପଶିଥିଲେ। ପରେ ପଛ ଦ୍ୱାର ଭାଙ୍ଗି ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଚୋରମାନଙ୍କୁ ଧରିବା ପାଇଁ ତଦନ୍ତ ଓ ଧରପକଡ଼ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।
ତେବେ ଏହି ଯୋଜନାବଦ୍ଧ ଚୋରି ପଛରେ କିଏ ଅଛି ପୋଲିସ ତଦନ୍ତ ପରେ ହିଁ ଏହାର ପର୍ଦ୍ଦାଫାସ ହେବ।