ରାଉରକେଲା: ମାନବିକତା ଦେଖାଇଥିବା ମହିଳା ହୋମଗାର୍ଡ ଅଞ୍ଜନା ଙ୍କୁ ସମ୍ବର୍ଦ୍ଧନା ର ସୁଅ।।ଏସପି , ଡିଆଇଜି ଙ୍କ ପରେ ମହିଳା ତାଙ୍କୁ ସମ୍ମାନିତ କଲେ ବିଭିନ୍ନ ସଂଗଠନ।
ରାଉରକେଲା: ୮/୯
(ସତ୍ୟାନ୍ୟୁଜ) ଗତ ୩ ତାରିଖରେ ରାଉରକେଲା ରିଙ୍ଗ ରୋଡ ରେ ଦୁର୍ଘଟଣାରେ ଶିକାର ହୋଇ ଥିବା ବ୍ୟକ୍ତିଙ୍କୁ ଜଣେ ମହିଳା ହୋମଗାର୍ଡ ତୁରନ୍ତ ସିପିଆର୍ ଦେଇ ବଞ୍ଚାଇବାକୁ ଉଦ୍ୟମ କରିବା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଦୁର୍ଘଟଣାରେ ଶିକାର ବ୍ୟକ୍ତି ରାସ୍ତା ଉପରେରେ ପଡ଼ିଥିବା ବେଳେ ଚ୍ଛେଣ୍ଡ୍ ଥାନା ପିସିଆର୍ ଗାଡ଼ିରେ କାର୍ଯ୍ୟରତ ମହିଳା ହୋମଗାର୍ଡ ଅଞ୍ଜନା ମାଝୀ ସେଠାରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ସିପିଆର୍ ଦେଇ ବଞ୍ଚାଇବା ଉଦ୍ୟମ କରି ହସ୍ପିଟାଲ ପଠାଇଥିଲେ। ତାଙ୍କର ଏହି ମାନବିକତା କାର୍ଯ୍ୟ ପାଇଁ ଏବେ ସେ ସବୁ ସ୍ତରରେ ପ୍ରଶଂସିତ ହେଉଛନ୍ତି। ରାଉରକେଲା ଏସପି ନୀତେଶ ୱାଧୱାନି ତାଙ୍କୁ ସମ୍ବର୍ଦ୍ଧିତ କରିବା ପରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଗତକାଲି ଅଞ୍ଜନା ଙ୍କୁ ସମ୍ମାନିତ କରିଥିଲେ। ଆଜି ଏକ କାର୍ଯ୍ୟକ୍ରମରେ ପାନପୋଷ
ଏସଡିପିଓ ସୁଶାନ୍ତ କୁମାର ଦାସ ଙ୍କ ସହ ଅନ୍ୟ ପୋଲିସ୍ ଅଧିକାରୀ ତାଙ୍କୁ ସମ୍ମାନିତ କରିଥିଲେ। ଏହାଛଡା ଛେଣ୍ଡ୍ କଲୋନୀ ନାଗରିକଙ୍କ ପକ୍ଷରୁ ତାଙ୍କୁ ସମ୍ମାନିତ କରା ଯାଇଥିବା ବେଳେ ବିଭିନ୍ନ ମହିଳା ସଂଗଠନ ମଧ୍ୟ ଅଞ୍ଜନା ମାଝୀ ଙ୍କୁ ସମ୍ବର୍ଦ୍ଧନା ଦେବା ସହ ସମ୍ମାନିତ କରିଛନ୍ତି। ଅଞ୍ଜନା ଙ୍କ ଏହି କର୍ତ୍ତବ୍ୟ ପରାୟଣତା ସହ ମାନବିକତା ଅନ୍ୟ ମାନଙ୍କୁ ପ୍ରେରଣା
ଯୋଗାଇବା ରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।