ରାଉରକେଲା : କାର ଧକ୍କାରେ ବାଇକ୍ ଆରୋହୀ ଗୁରୁତର।। ତୁରନ୍ତ ସିପିଆର୍ ଯୋଗୁଁ ବଞ୍ଚି ଗଲା ଜୀବନ। ରିଙ୍ଗ ରୋଡ ରେ ଦୁର୍ଘଟଣା।

0 12

ରାଉରକେଲା: ୩/୯
(ସତ୍ୟାନ୍ୟୁଜ) ରାଉରକେଲା ରିଙ୍ଗ ରୋଡ ରେ ଆଜି ସକାଳେ ଏକ ଦ୍ରୁତଗାମୀ କାର ବାଇକ୍ କୁ ଧକ୍କା ଦେବା ଫଳରେ ଜଣେ ସିକୃଟି ଗାର୍ଡ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠା ଯାଇଛି। ଦୁର୍ଘଟଣା ପରେ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବା ବେଳେ ଜଣେ ମହିଳା ଅଧିକାରୀ ତାଙ୍କୁ ତତ୍କାଳ ସି ପି ଆର୍ ଦେବାରୁ ତାଙ୍କର ଜୀବନ ବଞ୍ଚି ଯାଇଥିଲା। ଠିକ୍ ସମୟରେ ବାଇକ୍ ଆରୋହୀ ଙ୍କୁ ସି ପି ଆର୍ ଦେଇ ହସ୍ପିଟାଲ୍ ପଠାଇବାରୁ ତାଙ୍କର ଜୀବନ ବଞ୍ଚି ଯାଇଥିବା ଜଣା ପଡିଛି।
ଦୁର୍ଘଟଣାର ଶିକାର ହୋଇଥିବା ସୁରକ୍ଷା ଅଧିକାରୀ ବାଇକ୍ ରେ ଡ୍ୟୁଟି ଯାଉଥିବା ବେଳେ ପ୍ଲୁଟୋନ୍ ମଲ୍ ସାମ୍ନା ରିଙ୍ଗ ରୋଡ ରେ କାର ବାଇକ୍ କୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ି ଯାଇଥିଲା। ଦୃତ ଏବଂ ଦାୟିତ୍ୱହୀନ ଗାଡ଼ି ଚାଲାଣ ଯୋଗୁ ରିଙ୍ଗ ରୋଡ ରେ ବାରମ୍ବାର ଦୁର୍ଘଟଣା ଘଟୁଛି। କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଆଜି ଘଟିଥିବା ଦୁର୍ଘଟଣାରେ ତତ୍କାଳ ଚିକିତ୍ସା ଦିଆ ଯାଇଥିବାରୁ ଆହତ ସୁରକ୍ଷା ଅଧିକାରୀଙ୍କ ଜୀବନ ବଞ୍ଚି ଯାଇଛି। ସୁରକ୍ଷା ଅଧିକାରୀ ପ୍ଲୁଟୋନ୍ ମଲ୍ ରେ ଏକ ସପ୍ ରେ କାମ କରୁଥିବା ଜଣା ପଡିଛି। ଛେଣ୍ଡ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.