ରାଉରକେଲା: ଧରା ହେଲେ ୨୫୦ ରୁ ଉର୍ଦ୍ଧ୍ବ ମଦୁଆ।। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଶାନ୍ତି ଭଙ୍ଗ କରୁଥିବା ଅଭିଯୋଗରେ ଅଟକ।
ରାଉରକେଲା: ୩/୯
(ସତ୍ୟାନ୍ୟୁଜ) ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ପୋଲିସ୍ ର ବଡ ଧରଣର ଚଢାଉ। ସହରର ରେ ଗତକାଲି ରାତିରେ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ମଦ ପିଇବା ଏବଂ ବିଭିନ୍ନ ପ୍ରକାର ଆପତ୍ତିଜନକ କାର୍ଯ୍ୟ କରୁଥିବା ୨୫୦ ରୁ ଉର୍ଦ୍ଧ୍ୱ ମଦୁଆ ଙ୍କୁ ରାଉରକେଲା ପୋଲିସ୍ ଧରିଛି । ରାଉରକେଲା ସହରର ସମସ୍ତ ଥାନା ଅଞ୍ଚଳରେ ବୁଧବାର ରାତିରେ ଏହି ଚଢାଉ ହୋଇଥିଲା। ଖୋଲା ପଡ଼ିଆ , ମାର୍କେଟ କମ୍ପ୍ଲେକ୍ସ , ପୂଜା ପେଣ୍ଡାଲ ଆଦି ନିକଟରେ ମଦ ଆସର ଜମାଉଥିବା ଯୁବକ ମାନଙ୍କୁ ଧରା ଯାଇଛି। ଚଢାଉ ସ୍ଥାନରୁ ମଦ ବୋତଲ , ମଦୁଆଙ୍କ ଗାଡ଼ି ଆଦି ଜବତ କରା ଯାଇଛି। ସର୍ବସାଧାରଣ ସ୍ଥାନରେ ମଦୁଆଙ୍କ ଦୌରାତ୍ମ୍ୟ ବଢୁଥିବା ସୂଚନା ମିଳିବା ପରେ ରାଉରକେଲା ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରିଥିଲେ। ପ୍ଲାଣ୍ଟ ସାଇଟ୍ , ରଘୁନାଥପାଲି , ବ୍ରାହ୍ମଣୀ ତରଙ୍ଗ , ଉଦିତ ନଗର , ବନ୍ଧମୁଣ୍ଡା , ଟାଙ୍ଗରପାଲି ଥାନା ସହ ସେକ୍ଟର ଅଞ୍ଚଳର ସମସ୍ତ ଥାନା ଏରିଆରେ ଏହି ଚଢାଉ ହୋଇଥିଲା।