ବିରମିତ୍ରପୁର: ଅଟୋ ଓଲଟି ୮ କଲେଜ୍ ଛାତ୍ରୀ ଆହତ।। ୪ ଗୁରୁତର।। ଚିକିତ୍ସା ଲାଗି ରାଉରକେଲା ପଠା ଗଲା।

0 63

ବିରମିତ୍ରପୁର : ୩/୯
(ସତ୍ୟାନ୍ୟୁଜ) ଭାରସାମ୍ୟ ହରାଇ ଅଟୋ ଓଲଟି ପଡ଼ିବାରୁ ୮ ଜଣ କଲେଜ୍ ଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ୍ ଅଣା ଯାଇଛି। ଏହି ଦୁର୍ଘଟଣା ରାଏବଗା ଥାନା ଅନ୍ତର୍ଗତ କୁରୁପାଣି ଠାରେ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ ସବୁଦିନ ପରି ଆଜି ମଧ୍ୟ ବିରମିତ୍ରପୁର ରୁ ଝିଅ ମାନେ ଭାଲୁଲତା ନିର୍ମଳ ମୁଣ୍ଡା କଲେଜ୍ ପଢ଼ିବାକୁ ଯାଇଥିଲେ। କଲେଜ ରୁ ଫେରିଲା ବେଳେ ଅଟୋ ଟି କୌଣସି କାରଣରୁ ଭାରସାମ୍ୟ ହରାଇ କୁରୁପାଣି ଠାରେ ଓଲଟି ପଡ଼ିଥିଲା। ପ୍ରଥମେ ସମସ୍ତ ଆହତ ଛାତ୍ରୀଙ୍କୁ ବିରମିତ୍ରପୁର ହସ୍ପିଟାଲ୍ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମାନଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ପଠା ଯାଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.