ରାଉରକେଲା : କାର ଧକ୍କାରେ ବାଇକ୍ ଆରୋହୀ ମୃତ।।ପ୍ଲୁଟୋନ୍ ମଲ୍ ନିକଟ ରିଙ୍ଗ ରୋଡ ରେ ଦୁର୍ଘଟଣା।। ମୃତକ ଜଣେ ପ୍ରାଇଭେଟ୍ ସୁରକ୍ଷା ଅଧିକାରୀ।
ରାଉରକେଲା: ୩/୯
(ସତ୍ୟାନ୍ୟୁଜ) ରାଉରକେଲା ରିଙ୍ଗ ରୋଡ ରେ ଆଜି ସକାଳେ ଏକ ଦ୍ରୁତଗାମୀ କାର ବାଇକ୍ କୁ ଧକ୍କା ଦେବା ଫଳରେ ଜଣେ ସିକୃଟି ଗାର୍ଡ ମୃତ୍ୟୁ ବରଣ କରିଛନ୍ତି। ପ୍ରଥମେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠା ଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡୁଛି। ମୃତକ ସୁରକ୍ଷା ଅଧିକାରୀ ୬ ନମ୍ୱର୍ ସେକ୍ଟର ର ଈଶ୍ୱର ଓରାମ ବୋଲି ଜଣା ପଡିଛି । ଦୁର୍ଘଟଣା ପରେ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବା ବେଳେ ଜଣେ ମହିଳା ହୋମ ଗାର୍ଡ ତାଙ୍କୁ ତତ୍କାଳ ସି ପି ଆର୍ ଦେଇ ହସ୍ପିଟାଲ୍ ପଠାଇଥିଲେ। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି ।
ଦୁର୍ଘଟଣାର ଶିକାର ହୋଇଥିବା ସୁରକ୍ଷା ଅଧିକାରୀ ବାଇକ୍ ରେ ଡ୍ୟୁଟି ଯାଉଥିବା ବେଳେ ପ୍ଲୁଟୋନ୍ ମଲ୍ ସାମ୍ନା ରିଙ୍ଗ ରୋଡ ରେ କାର ବାଇକ୍ କୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ି ଯାଇଥିଲା। ଦୃତ ଏବଂ ଦାୟିତ୍ୱହୀନ ଗାଡ଼ି ଚାଲାଣ ଯୋଗୁ ରିଙ୍ଗ ରୋଡ ରେ ବାରମ୍ବାର ଦୁର୍ଘଟଣା ଘଟୁଛି। କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଆଜି ଘଟିଥିବା ଦୁର୍ଘଟଣାରେ ତତ୍କାଳ ଚିକିତ୍ସା ଦିଆ ଯାଇଥିଲା। ହେଲେ ସବୁ ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ ସୁରକ୍ଷା ଅଧିକାରୀ ପ୍ଲୁଟୋନ୍ ମଲ୍ ରେ ଏକ ସପ୍ ରେ କାମ କରୁଥିବା ଜଣା ପଡିଛି। ଛେଣ୍ଡ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।