ବିରମିତ୍ରପୁର: ଝାଡ଼ଫୁଙ୍କ ଅନ୍ଧବିଶ୍ୱାସ ର ପରିଣତି।। ସାପ କାମୁଡ଼ାରେ ୫୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ।। ସାପ କାମୁଡ଼ିଲେ ଶୀଘ୍ର ହସ୍ପିଟାଲ୍ ଆଣିବାକୁ ଡାକ୍ତରଙ୍କ ପରାମର୍ଶ।
ରାଉରକେଲା: ୩/୯
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ସମେତ ଏବେ ସମଗ୍ର ରାଜ୍ୟରେ ସାପ କାମୁଡ଼ା ରେ ବହୁ ଲୋକ ମୃତ୍ୟୁ ବରଣ କରୁଥିବା ଖବର ଆସୁଛି। କିନ୍ତୁ ସାପ କାମୁଡ଼ାରେ ଠିକ୍ ସମୟରେ ସଠିକ୍ ଚିକିତ୍ସା ହେଲେ ଲୋକ ବଞ୍ଚି ଯିବାର ସମ୍ଭାବନା ଅଧିକ ଥାଏ। ମାତ୍ର ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଲୋକମାନେ ପ୍ରଥମେ
ଝଡ଼ାଫୁଙ୍କା ଭଳି ଚିକିତ୍ସା ପଦ୍ଧତି କୁ ଆପଣାଇବା ପାଇଁ ଆଗ୍ରହୀ ରହୁଥିବାରୁ ସାପ କାମୁଡ଼ାରେ ଶିକାର ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ହସ୍ପିଟାଲ୍ ଆଣିଲା ବେଳକୁ ବହୁ ବିଳମ୍ବ ହୋଇ ଯାଉଛି।
ଗତକାଲି ରାତି ୧୨ ଟା ବେଳେ ରାଏବଗା ଥାନା ଗୋପୂର୍ ଅଞ୍ଚଳ ରେ ଫିଲୋମିନା ଭେଂଗ୍ରା ନାମକ ଜଣେ ୫୨ ବର୍ଷୀୟ ମହିଳାଙ୍କୁ ସାପ କମୁଡ଼ିଥିଲା। ହସ୍ପିଟାଲ୍ ଆଣିବା ଛାଡ଼ି ପରିବାର ଲୋକେ ପ୍ରଥମେ ଝାଡ଼ ଫୁଙ୍କ ର ଆଶ୍ରୟ ନେଇ ଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ବିରମିତ୍ରପୁର ହସ୍ପିଟାଲ୍ ଆଣି ଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ସାପ କାମୁଡ଼ିଲେ ଅନ୍ଧବିଶ୍ୱାସ ର ଶିକାର ହୋଇ ଝାଡ ଫୁଙ୍କ ନକରି ଶୀଘ୍ର ହସ୍ପିଟାଲ୍ ଆଣିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।