ବିରମିତ୍ରପୁର: ବାପା କୁ ପାଇପ୍ ରେ ପିଟିବା ପରେ ତଣ୍ଟି ଚିପି ହତ୍ୟା ଅଭିଯୋଗ ରେ ପୁଅ ଗିରଫ।। ହତ୍ୟାରେ ସାମିଲ ବୋହୂ ମଧ୍ୟ ଗିରଫ।
ବିରମିତ୍ରପୁର : ୩/୯
(ସତ୍ୟାନ୍ୟୁଜ) ଜନ୍ମ କଲା ବାପାକୁ ପିଟି ପିଟି ମାରି ଦେଲା ପୁଅ। ପୁଅ ସହ ବୋହୂ ମଧ୍ୟ ସାମିଲ ହୋଇ ଘଟାଇଛି ଏପରି ନାରକୀୟ କାଣ୍ଡ। ଲୁହା ପାଇପ୍ ରେ ପିଟିବା ପରେ ତଣ୍ଟି ଚିପି ବାପ କୁ ହତ୍ୟା କରିଛି ପୁଅ। ଆଜି ପୋଲିସ୍ ବାପା କୁ ହତ୍ୟା ଅଭିଯୋଗରେ ପୁଅ , ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣା ଘଟିଛି ବିରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଜଗଦୀଶପୁର ଗାଁ ରେ। ଘରୋଇ କଳି କୁ କେନ୍ଦ୍ର କରି ୬୦ ବର୍ଷୀୟ ପାନକା ଏକ୍କା ଙ୍କୁ ତାଙ୍କ ପୁଅ
ଲାଜୋ ଏକ୍କା ଏବଂ ବୋହୂ ବାସନ୍ତୀ ଏକ୍କା ପିଟିପିଟି ମାରି ଦେଇଥିଲେ। କାଳେ ବାପ ବଞ୍ଚି ଯାଇଥିବ ଭାବି ପୁଣି ତଣ୍ଟି ଚିପି ମାରି ଥିଲେ। ଖବର ପାଇ ପୋଲିସ ଗାଁ ରେ ପହଞ୍ଚି ପୁଅ , ବୋହୂଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।