ରାଉରକେଲା: ନାମୀଦାମୀ କମ୍ପାନୀ ଫୁଡ୍ ଆଉଟଲେଟ୍ ରେ ଆରଏମସି ଫୁଡ୍ ସେଫ୍ଟି ବିଭାଗ ଚଢ଼ାଉ।। ୨୦ ହଜାର ଫାଇନ , ୨୨ କେଜି ଦୂଷିତ ଖାଦ୍ୟ ନଷ୍ଟ କରାଗଲା।

0 140

ରାଉରକେଲା: ୨/୯ (ସତ୍ୟାନ୍ୟୁଜ୍ ଆଲର୍ଟ) ନାମୀଦାମୀ ଫାଷ୍ଟଫୁଡ୍ ଫ୍ରାଞ୍ଚାଇଜ୍‌ ଉପରେ ଆରଏମସିର ଚଢ଼ାଉ। KFC, Biggies, Karims, Pizza Hut, Dosa Plaza, Giani, Domino’s ଓ Wow Momo ଭଳି ଲୋକପ୍ରିୟ ଫାଷ୍ଟଫୁଡ୍ ଆଉଟଲେଟ୍‌ରେ ହୋଇଛି ଖାଦ୍ୟ ସୁରକ୍ଷା ଯାଞ୍ଚ।
ଆରଏମସି ଖାଦ୍ୟ ସୁରକ୍ଷା ଟିମ୍‌ ଏହି ଚଢ଼ାଉ ସମୟରେ ଖାଦ୍ୟର ଗୁଣବତ୍ତା, ପରିଷ୍କାର ପରିଚ୍ଛନ୍ନତା ଓ ଆବଶ୍ୟକ ଦସ୍ତାବିଜପତ୍ର ଯାଞ୍ଚ କରିଥିଲେ।
ଯାଞ୍ଚ ସମୟରେ ୨୨ କିଲୋଗ୍ରାମରୁ ଅଧିକ ଖାଦ୍ୟ ସାମଗ୍ରୀ ପରୀକ୍ଷା କରାଯାଇଥିବା ବେଳେ, ଖାଇବା ପାଇଁ ଅନୁପଯୁକ୍ତ ପ୍ରାୟ ୨୦ କିଲୋଗ୍ରାମ ଖାଦ୍ୟ ନଷ୍ଟ କରାଯାଇଛି।
ଏଥିସହ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଫାଷ୍ଟଫୁଡ୍ ବ୍ୟବସାୟୀଙ୍କୁ ଖାଦ୍ୟ ସୁରକ୍ଷା ନିୟମର କଡ଼ା ଅନୁପାଳନ ସହ ସ୍ୱଚ୍ଛତା ଓ ଖାଦ୍ୟର ଗୁଣବତ୍ତା ବଜାୟ ରଖିବାକୁ ଆରଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଆରଏମସିର ଏହି ଚଢ଼ାଉ ପରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ ଖାଦ୍ୟ ଷ୍ଟଲ୍ ଆଇନ ର ଉର୍ଦ୍ଧ୍ବ ରେ ନୁହେଁ ବୋଲି ମେସେଜ ଯାଇଛି। କେବଳ ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡର ନୁହେଁ ଅସ୍ୱାସ୍ଥ୍ୟକର ଖାଦ୍ୟ ପରିବେଷଣ କଲେ କାହାକୁ ମଧ୍ୟ ଖାଦ୍ୟ ସୁରକ୍ଷା ନିୟମରେ ମିଳିବନି କୌଣସି ଛାଡ଼!

Leave A Reply

Your email address will not be published.