ରାଉରକେଲା : ମଦ ବିକ୍ରି ବନ୍ଦ ଏବଂ ଚୋରା ଚାଲାଣ ପ୍ରସଙ୍ଗ ଜନଶୁଣାଣି ରେ।। ଜିଲ୍ଲାପାଳ କିଛି ଉତ୍ତର ନଦେଇ ଚାଲିଯିବା ଅଭିଯୋଗ।

0 10

ଲୋକଙ୍କ କଥା ଶୁଣିବା ପୂର୍ବରୁ ଚାଲିଗଲେ ଜିଲ୍ଲାପାଳ। କୁନ୍ଦୁରାରେ ମଦ ବନ୍ଦ ଦାବିକୁ ନେଇ ବଢ଼ିଲା ବିବାଦ

କୋରାପୁଟ:୭/୭(ସତ୍ୟାନ୍ୟୁଜ) କୋରାପୁଟ ଜିଲ୍ଲାର କୁନ୍ଦୁରାରେ ଜନଶୁଣାଣି ଶିବିରକୁ ନେଇ ଦେଖାଦେଇଛି ବିବାଦ। ମଦ ବିକ୍ରି ବନ୍ଦ ଦାବିରେ ଶତାଧିକ ମହିଳା ଜନଶୁଣାଣିରେ ପହଞ୍ଚିଥିଲେ। ଅଭିଯୋଗ ହେଉଛି, ସେମାନଙ୍କ କଥା ଶୁଣିବା ପୂର୍ବରୁ ଜିଲ୍ଲାପାଳ ଉକ୍ତ ସ୍ଥାନ ଛାଡ଼ି ଚାଲି ଯାଇଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କୁନ୍ଦୁରାରେ ଦୀର୍ଘଦିନ ଧରି ଖୋଲାଖୋଲି ମଦ ବିକ୍ରି ଓ ଚୋରା ଚାଲାଣ ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାକୁ ନେଇ ମହିଳାମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଜନଶୁଣାଣିର ଉଦ୍ଦେଶ୍ୟ ଲୋକଙ୍କ ସମସ୍ୟା ଶୁଣିବା ହୋଇଥିବା ବେଳେ, ପ୍ରଶ୍ନର ଉତ୍ତର ନ ଦେଇ ପ୍ରଶାସନ ଚାଲିଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି, କୁନ୍ଦୁରାରେ ମଦ ବିକ୍ରି ବନ୍ଦ ଓ ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।
ଜିଲ୍ଲାପାଳ କିମ୍ବା ପ୍ରଶାସନ ପକ୍ଷରୁ ଏହି ଅଭିଯୋଗ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.