ରାଉରକେଲା : ଉତ୍କଳମଣି ହୋମିଓ ପାଥି କଲେଜ୍ ଛାତ୍ରଛାତ୍ରୀ ମାନେ ଆଜି ଠାରୁ ବସିଛନ୍ତି ଆମରଣ ଅନଶନରେ।। ଆଠ ଦଫା ଦାବୀ ପୂରଣ ପାଇଁ ଅନଶନ।
ରାଉରକେଲା:୮/୧୨(ସତ୍ୟାନ୍ୟୁଜ) ୮ ଦଫା ଦାବି ପୂରଣ ପାଇଁ ଆଜି ଠାରୁ ଆମରଣ ଅନଶନରେ ବସି ଛନ୍ତି ରାଜ୍ୟର ଆୟୁଷ ଡ଼ାକ୍ତରୀ ଛାତ୍ରଛାତ୍ରୀ ମାନେ। ଏହି ପରୀପ୍ରେକ୍ଷୀରେ ରାଉରକେଲା ଉତ୍କଳମଣି ହୋମିଓପାଥି କଲେଜ୍ ଏବଂ ହସ୍ପିଟାଲ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଅନଶନରେ ବସି ଛନ୍ତି। କଲେଜ୍ ଗେଟ୍ ରେ ତାଲା ପକାଇ ଛାତ୍ର ଛାତ୍ରୀ ମାନେ ଆଜି ସକାଳୁ ଆରମ୍ଭ କରିଛନ୍ତି ଆମରଣ ଅନଶନ। ଜରୁରୀ କାଳୀନ ସ୍ଥିତି ପାଇଁ କଲେଜ୍ ପରିସରରେ ଏକ ୪ ଜଣିଆ ଡ଼ାକ୍ତରୀ ଟିମ୍ ଆମ୍ବୁଲାନ୍ସ ସହ ରହିଛନ୍ତି। ସକାଳେ ଛାତ୍ର ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ଗତ କାଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ରାଉରକେଲା ଗସ୍ତ ଅବସରରେ ଛାତ୍ରଛାତ୍ରୀ ମାନେ ଦାବି ସମ୍ପର୍କରେ ମନ୍ତ୍ରୀଙ୍କୁ କହିଥିଲେ। ମାତ୍ର ମନ୍ତ୍ରୀ ଙ୍କ ଠାରୁ ସେପରି କୌଣସି ସକାରାତ୍ମକ ଉତ୍ତର ମିଳି ପାରି ନଥିବାରୁ ଏବଂ ଦାବି ପୂରଣ ପାଇଁ କୌଣସି ପ୍ରତିଶ୍ରୁତି ପାଇ ନଥିବାରୁ ଆଜି ଠାରୁ ଅନଶନ ରେ ବସିବା ପାଇଁ ଛାତ୍ର ଛାତ୍ରୀ ମାନେ ନିଷ୍ପତ୍ତି ନେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି। #rourkela #odisha