ସୁନ୍ଦରଗଡ଼ : ଡକାୟତି ଯୋଜନା ପଣ୍ଡ।। ହାଇୱେ ରୁ ଟ୍ରକ୍ ଅଟକାଇ ଲୁଟ୍ ଯୋଜନା କରୁଥିଲେ।। ୫ ଗିରଫ ।

0 185

ସୁନ୍ଦରଗଡ଼:୮/୧୨(ସତ୍ୟାନ୍ୟୁଜ)
ହାଇୱେ ରୁ ଟ୍ରକ ରୁ ଲୁଟ ପାଇଁ ହେଉଥିଲା ଯୋଜନା । ମାଡ଼ି ବସିଲା ପୁଲିସ । ୫ ଜଣିଆ ଡକାୟତ ଦଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ । ଗତକାଲି ରାତିରେ ରାଣୀ ବଗିଚା ବାଇପାସ୍ ନିକଟରେ ପାଞ୍ଚ ଜଣ ଯୁବକ ମାରଣାସ୍ତ୍ର ଧରି ଡକାୟତି ପାଇଁ ଯୋଜନା କରୁଥିବା ଜଣା ପଡିଥିଲା। ସୂଚନା ପାଇ ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ଥିଲେ। ସେମାନଙ୍କ ଠାରୁ ଖଣ୍ଡା, ଲୁହା ରଡ଼, ଲାଠି, ଲଙ୍କା ଗୁଣ୍ଡ ରଶି ସହ ନଗଦ ୧୪ ଶହ ଟଙ୍କା ଜବତ କରାଯାଇଥିଲା । ଗିରଫ ୫ ଜଣ ରାମ କୁମାର ବାଗ, ମାନସ ପ୍ରଜାପତି, ଓମ୍ ପ୍ରକାଶ ଜେନା, ଅଭିନାଶ ସାଗର, ରିଜୱାନ ଖାନ । ଏମାନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା କହିଛନ୍ତି ଏସ ଡି ପି ଓ ନିର୍ମଳ କୁମାର ମହାପାତ୍ର।

Leave A Reply

Your email address will not be published.