ରାଉରକେଲା : ସିଭିଲ ଟାଉନସିପ୍ ଏବଂ ଛେଣ୍ଡ ପରେ ବାସନ୍ତୀ କଲୋନୀରେ ଡ୍ରେନ୍ ଉପରୁ ବେଆଇନ୍ ଦଖଲ ଉଚ୍ଛେଦ।। ୨୦ ଟି ଘର ଆଗରୁ ଉଚ୍ଛେଦ।

0 76

ରାଉରକେଲା:୭/୭
(ସତ୍ୟାନ୍ୟୁଜ) ସିଭିଲ ଟାଉନସିପ୍ ଏବଂ ଛେଣ୍ଡ କଲୋନୀ ପରେ ଏବେ
ଆରଏମସି ତରଫରୁ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର୍ କରାଯାଉଛି। ଏହି କ୍ରମରେ ଆଜି ବାସନ୍ତୀ କଲୋନୀ ଅଞ୍ଚଳରେ ପ୍ରାୟ ୨୦ଟି ଘର ସମ୍ମୁଖରେ ଥିବା ଡ୍ରେନ୍ ଉପରୁ ବେଆଇନ୍ ନିର୍ମାଣ ଗୁଡିକୁ ଭଙ୍ଗା ଯାଇଥିଲା। ଡ୍ରେନ୍ ଉପରେ ଜବରଦଖଲ ଯୋଗୁଁ ସଫେଇ ସମୟରେ ଅସୁବିଧା ହେବା ସହ ଜଳ ନିଷ୍କାସନ ଠିକ୍ ଭାବେ ହୋଇ ନପାରି ବର୍ଷା ଦିନେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଆରଏମସି ତରଫରୁ ଡ୍ରେନ୍ ଉପରୁ ଆରମ୍ଭ ହୋଇଥିବା ବେଆଇନ୍ ଦଖଲ ଉଚ୍ଛେଦ ଅଭିଯାନ ଜାରି ରହିଛି।

ଜଣେ ସଚେତନ ନାଗରିକ ଭାବେ ଡ୍ରେନ୍ କୁ ଜବରଦଖଲ ମୁକ୍ତ ରଖିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଜନସାଧାରଣ ଙ୍କୁ ନିବେଦନ କରା ଯାଇଛି।

Leave A Reply

Your email address will not be published.