ରାଜଗାଙ୍ଗପୁର: ପୋଲିସ୍ ର ତତ୍ପରତା ଯୋଗୁଁ ପେଟ୍ରୋଲ ପମ୍ପ ରେ ଡକାୟତି ଯୋଜନା ପଣ୍ଡ।। ୫ ଗିରଫ।। ପିସ୍ତଲ୍ ସହ ବିଭିନ୍ନ ମାରଣାସ୍ତ୍ର ଜବତ୍।
ରାଜଗାଙ୍ଗପୁର: ୧୧/୧୨
(ସତ୍ୟାନ୍ୟୁଜ) ପୋଲିସ ର ତତ୍ପରତା ଯୋଗୁଁ ସହର ମଧ୍ୟରେ ଥିବା ଏକ ପେଟ୍ରୋଲ ପମ୍ପ ରେ ସଶସ୍ତ୍ର ଡକାୟତି ଯୋଜନା ପଣ୍ଡ ହୋଇ ଯାଇଛି । ପୋଲିସ ୫ ଜଣ ଦୁବୃର୍ତ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପିସ୍ତଲ୍ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛନ୍ତି। ସୂଚନା ଅନୁସାରେ ରାଜଗାଙ୍ଗପୁର ପୋଲିସ ରାତ୍ରି କାଳୀନ ପାଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଲିପଲୋଇ ଅସ୍ଥାୟୀ ବିସର୍ଜନ ପୋଖରୀ ନିକଟରେ କିଛି ଯୁବକ ସନ୍ଦେହ ଜନକ ଭାବେ ବସିଥିବାର ଖବର ପାଇଥିଲେ। ପୋଲିସ ଟିମ୍ ସେଠାରେ ପହଞ୍ଚିବା ମାତ୍ରେ ଡକାୟତ ମାନେ ପଳାଇବାକୁ ଚେଷ୍ଟା କରି ଥିଲେ। ପୋଲିସ ଗୋଡ଼ାଇ ଗୋଡ଼ାଇ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଦୁର୍ବୃତ୍ତ ଙ୍କ ନିକଟରୁ ଏକ ଦେଶୀ ପିସ୍ତଲ୍, ଛୁରୀ, ଲୁହା ରଡ୍, ମୋବାଇଲ ଫୋନ, ମାସ୍କ ଆଦି ଜବତ କରାଯାଇଛି।
ଗିରଫ ହୋଇଥିବା ବ୍ୟକ୍ତିମାନେ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଡକାୟିତି କରିବା ପାଇଁ ଏକତ୍ରିତ ହୋଇଥିବା କଥା ସ୍ୱୀକାର କରିଛନ୍ତି। ରାଜଗାଙ୍ଗପୁର ପୋଲିସ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି।