ରାଉରକେଲା : ଗୃହରକ୍ଷୀ ବାହିନୀ ର ପ୍ରଥମ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ।। ୮୨ ଦିନ ଟ୍ରେନିଂ ପରେ ୧୧୮ ଜଣ ହୋମଗାର୍ଡ ଶପଥ ନେଲେ।
ରାଉରକେଲା:୯/୧୨(ସତ୍ୟାନ୍ୟୁଜ) ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ ପର୍ଯ୍ୟନ୍ତ ସମସ୍ତ କାମରେ ଏବେ ହୋମ୍ ଗାର୍ଡ ବା ଗୃହରକ୍ଷୀ ନିୟୋଜିତ ହେଉଛନ୍ତି। ବିଭିନ୍ନ ରେଡ୍ ସମୟରେ ପୋଲିସ୍ ଗାଡ଼ି ଡ୍ରାଇଭିଂ ମଧ୍ୟ ହୋମ୍ ଗାର୍ଡ ମାନେ କରିଥାନ୍ତି। ଗୃହରକ୍ଷୀ ଙ୍କୁ ବିଭିନ୍ନ ଥାନାରେ ପୋଷ୍ଟିଂ କରା ଯାଇଥାଏ।
ହୋମଗାର୍ଡ ସେବାକୁ ଆହୁରି ଦକ୍ଷ କରିବାକୁ ରାଉରକେଲାରେ ପ୍ରଥମ ଥର ପାଇଁ ସେମାନଙ୍କୁ ପୋଲିସ୍ ମାନୁଆଲ୍ ହିସାବରେ ପ୍ରଶିକ୍ଷଣ ଦିଆ ଯାଇଛି। ଆଜି ଏହି ପ୍ରଶିକ୍ଷାର୍ଥୀ ମାନଙ୍କ ପ୍ରଥମ ଦିକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାରୋହରେ ପଶ୍ଚିମାଞ୍ଚଳ
ଡ଼ିଆଇଜି ବ୍ରିଜେଶ ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଉରକେଲା ଏସପି ନୀତେଶ ୱାଧୱାନି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ବ୍ୟାଚ୍ ରେ ୧୧୮ ଜଣ ପ୍ରଶିକ୍ଷାର୍ଥୀ ତାଲିମ ନେଇଥିବା ବେଳେ ୮୨ ଦିନ ଧରି ଟ୍ରେନିଂ ଦିଆ ଯାଇଥିଲା। ଆଜି ଦୀକ୍ଷାନ୍ତ ସମାରୋହରେ ଗୃହରକ୍ଷୀ ମାନଙ୍କୁ ଶପଥ ପାଠ କରା ଯାଇଥିଲା। ପ୍ରଶିକ୍ଷଣ ରେ ଯେଉଁ ମାନେ ଭଲ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଶେଷରେ ଅନୁଷ୍ଠିତ ପ୍ୟାରେଡ ରେ ଅତିଥି ମାନେ ଅଭିବାଦନ ଗ୍ରହଣ କରିଥିଲେ।