ରାଉରକେଲା: ଡ୍ରଗ୍ସ ରାକେଟ୍ ବିରୁଦ୍ଧରେ ପ୍ଲାଣ୍ଟ ସାଇଟ୍ ପୋଲିସ୍ ର ଅଭିଯାନ ଜାରି।। ଲକ୍ଷାଧିକ ଟଙ୍କା ର ହିରୋଇନ୍ ଜବତ୍।। ୨ ଗିରଫ।

0 49

ରାଉରକେଲାରେ ପୁଣି ଡ୍ରଗ୍ସ କାରବାର ଉପରେ ଚଢ଼ାଉ : ୫୦ ଗ୍ରାମ ବ୍ରାଉନ ସୁଗାର ସହ ଦୁଇ ଗିରଫ।
ରାଉରକେଲା, ୭/୭:
(ସତ୍ୟାନ୍ୟୁଜ) ସହରରେ ନିଶା କାରବାର ବିରୋଧରେ ପ୍ଲାଣ୍ଟସାଇଟ୍ ପୋଲିସକୁ ବଡ଼ ସଫଳତା ମିଳିଛି। ସୋମବାର ସକାଳେ ନିୟମିତ ପାଟ୍ରୋଲିଂ ବେଳେ ବିଶ୍ୱସ୍ତ ସୂଚନା ଆଧାରରେ ବିସ୍ରା-ବନ୍ଧମୁଣ୍ଡା ରୋଡ୍‌ର ଫଟାପାଇପ ନିକଟରେ ଚଢ଼ାଉ କରି ଦୁଇ ଜଣ ହେରୋଇନ ବେପାରୀଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଶିବ ସୋନି ଓରଫ ପୁକୁ ଓ ସୋନୁ କୁମାର ଗୁପ୍ତା । ଉଭୟେ ଫଟାପାଇପ ସ୍ଥିତ ଶିବଶଙ୍କର ନଗରର ବାସିନ୍ଦା।
ପୋଲିସ ସେମାନଙ୍କ ନିକଟରୁ ୫୦ ଗ୍ରାମ ହେରୋଇନ, ୨ଟି ମୋବାଇଲ ଫୋନ ଓ ୧୨,୬୦୦ ଟଙ୍କା ଜବତ କରିଛି।
ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଯୁବପିଢ଼ୀଙ୍କୁ ଲକ୍ଷ୍ୟ କରି ହେରୋଇନ ବିକ୍ରି କରୁଥିବା ପୋଲିସ ସନ୍ଦେହ କରୁଛି।
ଉଭୟଙ୍କ ନାମରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଥାନାରେ ଏକାଧିକ ଆପରାଧିକ ମାମଲା ରହିଥିବାବେଳେ, ଏହି ଘଟଣାରେ ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ହେରୋଇନର ଉତ୍ସ ଓ ଏହା ପଛରେ ଥିବା ନେଟୱାର୍କକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.