ରାଉରକେଲା : ଗଞ୍ଜେଇ ଚାଲାଣ ହେଉଥିବା ବେଳେ କାର ସହ ଗଞ୍ଜେଇ ଜବତ।। ୨ ଗିରଫ।

0 90

ରାଉରକେଲା:୭/୭
(ସତ୍ୟାନ୍ୟୁଜ) ମୋ ବସ୍ ଡିପୋ ନିକଟରେ ଚଢ଼ାଉ କରି ପୋଲିସ୍ ପାଖାପାଖି ୪ କେଜି ଗଞ୍ଜେଇ ଜବତ କରି ଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଟିମ୍ ସୋମବାର ଦିନ ଲୁଙ୍ଗେଇ ମୋ ବସ୍ ଡିପୋ ନିକଟରେ ଚଢ଼ାଉ କରିଥିଲେ। ସେଠାରେ ପାର୍କିଂ ହୋଇଥିବା ଏକ ହ୍ୟୁଣ୍ଡାଇ ଭେନ୍ୟୁ କାର (OD-14AJ-7711) ତଲାସି ବେଳେ ଏକ କଳା ଏୟାର ବ୍ୟାଗ୍‌ରୁ ୩ କେଜି ୮୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ।
ଗିରଫ ଅଭିଯୁକ୍ତମାନେ ହେଲେ ଶେରୁ ଓରଫ ଚନ୍ଦ୍ର ପ୍ରକାଶ ଜୈସୱାଲ ଏବଂ କାକା ଓରଫ ସୁରଞ୍ଜନ ଦେହୁରୀ । ଅଭିଯୁକ୍ତଙ୍କ ଠାରୁ ଗଞ୍ଜେଇ ସହ କାର ଓ ୨ଟି ମୋବାଇଲ ଫୋନ ମଧ୍ୟ ଜବତ କରା ଯାଇଛି।
ଏସ୍‌ଆଇ ପ୍ରିୟବ୍ରତ ବେହେରାଙ୍କ ଏତଲା ଆଧାରରେ ଏନ୍‌ଡିପିଏସ୍ ଆଇନରେ ମାମଲା ରୁଜୁ ହୋଇଥିବାବେଳେ, ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠିକୁ ଚାଲାଣ ହେବାକୁ ଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.