ରାଉରକେଲା:୬/୭(ସତ୍ୟାନ୍ୟୁଜ) ରାଉରକେଲାର ବନ୍ଧମୁଣ୍ଡା ଥାନା ପୋଲିସ ଅବୈଧ ଅସ୍ତ୍ର କାରବାର ବିରୋଧରେ ବଡ଼ ସଫଳତା ହାସଲ କରିଛି। ଦୁଇଟି ଦେଶୀ ଅଗ୍ନେୟାସ୍ତ୍ର ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହି ଅସ୍ତ୍ରଗୁଡ଼ିକ ଝାଡ଼ଖଣ୍ଡରୁ ବିକ୍ରି ପାଇଁ ଆଣାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ବିଶ୍ୱସନୀୟ ସୂଚନା ଆଧାରରେ ବଣ୍ଡାମୁଣ୍ଡା ଥାନା ଇନ୍ସପେକ୍ଟର ରଞ୍ଜନ କୁମାର ନାୟକଙ୍କ ନେତୃତ୍ୱରେ ପ୍ରେମନଗର ଛକରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ମହମ୍ମଦ ସମସେର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ଏକ ଦେଶୀ ରିଭଲଭର ଓ ଏକ ଦେଶୀ ସିଙ୍ଗଲ୍-ଶଟ୍ ପିସ୍ତଲ ଜବତ କରାଯାଇଛି।
ଅଭିଯୁକ୍ତ ଝାଡ଼ଖଣ୍ଡରୁ ଏହି ଅସ୍ତ୍ର ଆଣି ବିକ୍ରି କରିବାକୁ ଯୋଜନା କରିଥିଲା। ତାଙ୍କ ବିରୋଧରେ ଆର୍ମ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଏହି ଅବୈଧ ଅସ୍ତ୍ର କାରବାର ପଛରେ ଥିବା ନେଟୱର୍କ ଏବଂ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ରାଉରକେଲା:୬/୭
(ସତ୍ୟାନ୍ୟୁଜ) ରାଉରକେଲାର ବନ୍ଧମୁଣ୍ଡା ଥାନା ପୋଲିସ ଅବୈଧ ଅସ୍ତ୍ର କାରବାର ବିରୋଧରେ ବଡ଼ ସଫଳତା ହାସଲ କରିଛି। ଦୁଇଟି ଦେଶୀ ଅଗ୍ନେୟାସ୍ତ୍ର ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହି ଅସ୍ତ୍ରଗୁଡ଼ିକ ଝାଡ଼ଖଣ୍ଡରୁ ବିକ୍ରି ପାଇଁ ଆଣାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।