ସୁନ୍ଦରଗଡ଼ : ସ୍କୁଲ ହଷ୍ଟେଲ ରେ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା।। ଫେରୱେଲ ମଝିରୁ ଉଠି ଯାଇ ଛାତ୍ରୀ କଲେ ଆତ୍ମ ହତ୍ୟା।। ପୋଲିସ ତଦନ୍ତ ଜାରି।

0 799

ସୁନ୍ଦରଗଡ଼ : ୧୩/୨(ସତ୍ୟନ୍ୟୁଜ) ହଷ୍ଟେଲ ରୁମ୍ ପଙ୍ଖାରେ ରଶି ଲଗାଇ ଜଣେ ସ୍କୁଲ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ସୁନ୍ଦରଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ତୁମୁଲିଆ ମାଣିକେଶ୍ବରୀ ହାଇସ୍କୁଲ ହଷ୍ଟେଲରେ ଘଟିଛି ଏହି ଅଭାବନୀୟ ଘଟଣା। ସ୍କୁଲ ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫେରୱେଲ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଧାରୁ ଉଠିଯାଇ ହଷ୍ଟେଲରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲକୁ ନିଆଯିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହଷ୍ଟେଲ ରୁମ୍ ରୁ ଏକ ସୁଇସାଇଡଡ୍ ନୋଟ ମିଳିଥିବା ସୂଚନା ମିଳିଛି। ମୃତ ଛାତ୍ରୀ ପତ୍ରାପାଲି ଅଞ୍ଚଳର ବୋଲି ଜଣା ପଡ଼ିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.