ବିରମିତ୍ରପୁର: ସହର ମଧ୍ୟ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଗୋଟିଏ ଦିନରେ ଦୁଇଟି ଦୁର୍ଘଟଣା।। ବାଇପାସ୍ ରାସ୍ତା ନିର୍ମାଣ ଦାବି ।
ବିରମିତ୍ରପୁର: ୧୮/୭
(ସତ୍ୟାନ୍ୟୁଜ) ବିରମିତ୍ରପୁର ଦେଇ ଯାଇଥିବା ୧୪୩ ନମ୍ୱର୍ ଜାତୀୟ ରାଜପଥ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ରାସ୍ତାର ସୁଧାର ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଏହି ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହେଉଥିବା ବେଳେ ଆଜି ମଧ୍ୟ ଦୁଇଟି ଦୁର୍ଘଟଣା ଘଟିଛି। ପୂର୍ବାହ୍ନରେ ଜାତୀୟ ରାଜପଥରେ ଟ୍ରକ୍ – ଡମ୍ପର ମଧ୍ୟରେ ଦୂର୍ଘଟଣା ଘଟିଥିବା ବେଳେ ଅପରାହ୍ନରେ ଏକ କ୍ରେନ୍ ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି। ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥାନାନ୍ତରିତ କରା ଯାଇଛି। ଅନେକ ସ୍ଥାନରେ ରାଜପଥର ପ୍ରଶସ୍ତି କରଣ ଆଵଶ୍ୟକତା ଥିବା ବେଳେ ଏହା ହୋଇ ପାରୁ ନାହିଁ। ବାଇ ପାସ୍ ରୋଡ ନଥିବାରୁ ସହର ମଧ୍ୟ ଦେଇ ଭାରି ଯାନ ଚଳାଚଳ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ବିଭିନ୍ନ ସ୍ଥାନରେ ରାସ୍ତା ମରାମତି ସହ ବାଇପାସ୍ ରୋଡ ନିର୍ମାଣ ଦାବି ହେଉଛି।