ସୁନ୍ଦରଗଡ଼ : ଚନ୍ଦନ ହତ୍ୟାକାଣ୍ଡର ପର୍ଦ୍ଦା ଫାସ କଲା ପୋଲିସ ।। ୧୧ ଅଭିଯୁକ୍ତ ଗିରଫ।। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଲେ ଏସପି।
ସୁନ୍ଦରଗଡ଼ : ୧୩/୨(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ବିଜାପଡ଼ା ଠାରେ ଚନ୍ଦନ ଧରୁଆ ନାମକ ଯୁବକଙ୍କ ହତ୍ୟା ଘଟଣା ଉପରୁ ପର୍ଦ୍ଦା ଉଠାଇଛି ସୁନ୍ଦରଗଡ଼ ପୋଲିସ । ଏହି ହତ୍ୟାକାଣ୍ଡ ଜାନୁଆରୀ ୧୯ ତାରିଖରେ ହୋଇଥିଲା। ହତ୍ୟା ମାମଲା ରେ ଆଜି ପୋଲିସ ୧୧ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁରୁଣା ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର।
ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଘଟଣା ସମ୍ପର୍କ ରେ ସୂଚନା ଦେଇ ଏସପି କହିଥିଲେଯେ ପୋଲିସ ପାଇଁ ଅଭିଯୁକ୍ତ ଙ୍କୁ ଧରିବା ଏକ ଚ୍ୟାଲେଞ୍ଜ ଥିଲା । ସମସ୍ତ ଅଭିଯୁକ୍ତ ଏବଂ ମୃତକ ଝାରସୁଗୁଡ଼ା ଜିଲ୍ଲା ଲାଇକରା ଥାନା ଅଞ୍ଚଳ ର। ମୃତକ ଚନ୍ଦନ ସବୁ ସମୟ ରେ ଅଭିଯୁକ୍ତ ଙ୍କୁ ବିଭିନ୍ନ କଥା ନେଇ କଟାକ୍ଷ କରୁଥିଲା । ଏପରି କି ଅଭିଯୁକ୍ତ ଙ୍କ ଭଉଣୀ ମାନଙ୍କୁ ନାନା କମେଣ୍ଟ କରୁଥିଲା । ଯାହାକୁ ନେଇ ଏମାନଙ୍କ ମଧ୍ୟରେ ରାଗ ରହିଥିଲା । ଘଟଣା ଦିନ ଚନ୍ଦନ ସମ୍ବଲପୁର ଜିଲ୍ଲା ବାମରା କୁ ମକର ଯାତ୍ରା ଦେଖିବାକୁ ଯାଇଥିଲା ଅଭିଯୁକ୍ତ ମାନେ ମଧ୍ୟ ଯାତ୍ରା ଦେଖିବାକୁ ଆସିଥିଲେ । ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟି କଟି ହୋଇଥିଲା ।ତାପରେ ତାକୁ ଯୋଜନା କରି ମଦ ପିଆଇ ଧରୁଆଡ଼ିହି ଥାନା ବିଜାଡିହି କୁ ନେଇ ଛୁରୀ ସାହାଯ୍ୟ ରେ ହତ୍ୟା କରିଥିଲେ । ମୃତ ଦେହକୁ ଏକ ବୁଦାଳିଆ ଜଙ୍ଗଲ ରେ ଫିଙ୍ଗି ଦେଇଥିଲେ । ପୋଲିସ ଏକ ମାମଲା ରଜ୍ଜୁ କରିବା ପରେ ତଦନ୍ତ କରି ଘଟଣା ଉପରୁ ପର୍ଦ୍ଦା ଉଠାଇବା ସକ୍ଷମ ହୋଇଛି । ୧୧ ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ ୭ ଜଣ ହତ୍ୟା କରିଥିବା ବେଳେ ୪ ଜଣ ହତ୍ୟା ଯୋଜନାରେ ସାମିଲ ଥିବା ଏସପି ସୂଚନା ଦେଇଛନ୍ତି ।