ରାଉରକେଲା : ଅମୃତ ଭାରତ ଯୋଜନାରେ ଉଦ୍ଘାଟିତ ହେଲା ବିମଳଗଡ ରେଳ ଷ୍ଟେସନ୍।। ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ କଲେ ଉଦ୍ଘାଟନ।

0 34

ଅମୃତ ଭାରତ ଷ୍ଟେସନ ଯୋଜନାରେ ଉଦଘାଟିତ ହେଲା ବିମଳଗଡ଼ ରେଳ ଷ୍ଟେସନ

ରାଉରକେଲା:୧୭/୭
(ସତ୍ୟାନ୍ୟୁଜ) ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ ବିମଳଗଡ଼ ରେଳ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି।
ବିମଳଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଚକ୍ରଧରପୁର ଡିଆରଏମ୍ ତରୁଣ ହୁରିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
ଆଧୁନିକ ସୁବିଧା ସମ୍ପନ୍ନ ଏହି ଷ୍ଟେସନରେ ନୂଆ ଷ୍ଟେସନ ଭବନ, ପ୍ରତୀକ୍ଷାଳୟ, ଡିଜିଟାଲ ଯାତ୍ରୀ ସୂଚନା ପ୍ରଣାଳୀ, ପାର୍କିଂ, ସୌନ୍ଦର୍ଯ୍ୟକରଣ ଓ ଦିବ୍ୟାଙ୍ଗଙ୍କ ପାଇଁ ବାଧାମୁକ୍ତ ବ୍ୟବସ୍ଥା କରାଯାଇଛି।
ଏହି ପୁନଃବିକାଶ ବଣାଇ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଓ ସାମାଜିକ-ଆର୍ଥିକ ବିକାଶକୁ ନୂଆ ଦିଗ ଦେବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ କଳାକାର ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ପରିବେଷଣ କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା।

Leave A Reply

Your email address will not be published.