ରାଉରକେଲା : ପ୍ରବଳ ଥଣ୍ଡାରେ ବସ୍ତି ଅଞ୍ଚଳ ବୁଲିଲେ କମିଶନର। ବସ୍ତି ବାସିନ୍ଦାଙ୍କୁ ମୌଳିକ ସେବା ଯୋଗାଇ ଦେବାକୁ ଆରମ୍ଭ ହୋଇଥିବା ମିଶନ୍ ଜାରି।
ରାଉରକେଲା : ୩୦/୧୨
(ସତ୍ୟାନ୍ୟୁଜ) ରାଉରକେଲା ସହରର ବସ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଗୁଣାତ୍ମକ ଜୀବନ ଯାପନ କରିବା ଲାଗି ମହାନଗର ନିଗମ ଆରମ୍ଭ କରିଥିବା ମିଶନ୍ ଜାରି ରଖିଛି। ଆଜି ସନ୍ଧ୍ୟାରେ ଆର୍ ଏମ୍ ସି କମିଶନର ଦିନା ଦସ୍ତଗିର୍ ଗଙ୍ଗାଧର ପାଲି ଅଞ୍ଚଳ ପରିଦର୍ଶନ କରି ବସ୍ତି ବାସିନ୍ଦା ଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସାଙ୍ଗରେ ଥିଲେ ୱାଟକୋ , ବିଦ୍ୟୁତ୍ , ସ୍ୱେରେଜ୍ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ। ମୁଖ୍ୟତଃ ବସ୍ତି ବାସିନ୍ଦା ଙ୍କୁ ଉନ୍ନତ ମାନର ପାନୀୟ ଜଳ , ସ୍ୱଚ୍ଛ ଡ୍ରେନେଜ୍ ସିଷ୍ଟମ୍ , ରାସ୍ତା ପାର୍ଶ୍ବ ବିଦ୍ୟୁତ୍ ସେବା ଆଦି ଯୋଗାଇ ଦେବା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ। କିଛି ଦିନ ପୂର୍ବରୁ ମହାନଗର ନିଗମ ପକ୍ଷରୁ ଆରମ୍ଭ କରା ଯାଇଥିବା ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି କମିଶନର କହିଛନ୍ତି। ଏହା ସହ ସହର କୁ ସ୍ୱଚ୍ଛ ସୁନ୍ଦର ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।