ରାଉରକେଲା : ରାଉରକେଲା ପୋଲିସ ପକ୍ଷରୁ ନୂତନ ପୋର୍ଟାଲ ‘ ଅନୁସନ୍ଧାନ ‘ ଆରମ୍ଭ।। ପୋର୍ଟାଲ ମାଧ୍ୟମରେ ଲୋକମାନେ ନିଜ ଏଫ୍ ଆଇ ଆର୍ ସମ୍ବଧରେ ଅବଗତ ହୋଇ ପାରିବେ।
ରାଉରକେଲା : ୧୪/୨(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ପକ୍ଷରୁ ନୂତନ ଭାବେ ଡିଜାଇନ୍ କରାଯାଇଥିବା ଏକ ପୋର୍ଟାଲ ର ଶୁଭାରମ୍ଭ ହୋଇଛି।
‘ ଅନୁସନ୍ଧାନ ‘ ପୋର୍ଟାଲ ନାମରେ ନାମିତ ଏହି ପୋର୍ଟାଲ ଦ୍ଵାରା ସାଧାରଣ ନାଗରିକ ପୋଲିସ ଥାନା ସମ୍ପର୍କିତ ଏତେଲା ବାବଦରେ ଅପଡେଟ୍ ରହି ପାରିବେ। ଜନସାଧାରଣ ଏହି ପୋର୍ଟାଲ ମାଧ୍ୟମରେ ନିଜେ ଦାୟର କରିଥିବା ଏତେଲାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇ ପାରିବେ। ସ୍ବଚ୍ଛତା ଏବଂ ସୁଗମତା ବୃଦ୍ଧି କରିବାରେ ଏହି ପ୍ଲାଟଫର୍ମ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଏହା ମାଧ୍ୟମରେ ଅଭିଯୋଗକାରି ମାନେ ସେମାନଙ୍କ ଏତେଲା ର ସ୍ଥିତି ଯାଞ୍ଚ କରିପାରିବେ ଯାହା ଫଳରେ ସେମାନଙ୍କ ମାମଲା ସହ ଜଡ଼ିତ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇବାରେ କୌଣସି ଅସୁବିଧା ହେବ ନାହିଁ। ରାଉରକେଲା ଏନ୍ ଆଇ ଟି ପକ୍ଷରୁ ଏହି ପୋର୍ଟାଲ କୁ ବିକଶିତ କରାଯାଇଛି। ଆଗାମୀ ଦିନରେ ଏହି ପୋର୍ଟାଲ କୁ ଆହୁରି ଲୋକାଭିମୁଖୀ କରାଯାଇ ପାରିବ ବୋଲି କୁହାଯାଇଛି। ଶୁକ୍ରବାର ଦିନ ରାଉରକେଲା ପୋଲିସ ମୁଖ୍ୟାଳୟରେ ଏହି ପୋର୍ଟାଲ ର ଶୁଭ ଉନ୍ମୋଚନ କରାଯାଇଥିଲା।
ଏନ୍ ଆଇ ଟି ର ନିର୍ଦେଶକ ଏବଂ ରାଉରକେଲା ଏସପି ନୂତନ ପୋର୍ଟାଲ ସମ୍ବଦ୍ଧ ରେ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଥିଲେ।