ରାଉରକେଲା : ୟୁଥ୍ ଫୋରମ୍ ଆସୋସିଏସନ୍ ପକ୍ଷରୁ ପ୍ରସାଦ ଏବଂ ଧର୍ମ ଗ୍ରନ୍ଥ ବଣ୍ଟନ ।

0 54

ରଥଯାତ୍ରାରେ RYFA ପକ୍ଷରୁ ପ୍ରସାଦ ଓ ଧର୍ମଗ୍ରନ୍ଥ ବଣ୍ଟନ

ରାଉରକେଲା : ୧୮/୭
(ସତ୍ୟାନ୍ୟୁଜ)
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଅହିରାବନ୍ଧ, ସେକ୍ଟର-୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାଉରକେଲା ୟୁଥ୍ ଫୋରମ୍ ଆସୋସିଏସନ୍ (RYFA) ପକ୍ଷରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ସହିତ ଭକ୍ତମାନଙ୍କ ମଧ୍ୟରେ ଧର୍ମଗ୍ରନ୍ଥ ବଣ୍ଟନ କରାଯାଇଥିଲା ।
ଏହି ଧାର୍ମିକ କାର୍ଯ୍ୟକ୍ରମରେ ରାଉରକେଲା ସମେତ ଆଖପାଖ ଅଞ୍ଚଳରୁ ତିନି ହଜାରରୁ ଅଧିକ ଭକ୍ତ ଉପସ୍ଥିତ ରହି ପ୍ରସାଦ ସେବନ କରିଥିବା ବେଳେ ଦୁଇ ହଜାରରୁ ଅଧିକ ଭାଗବତ ଗ୍ରନ୍ଥ ବଣ୍ଟନ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ରାଉରକେଲା ୟୁଥ୍ ଫୋରମ୍ ଆସୋସିଏସନ୍ (RYFA) ପ୍ରତିବର୍ଷ ରଥଯାତ୍ରା ଅବସରରେ ଏଭଳି ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି ।
ଏହି ସମଗ୍ର କାର୍ଯ୍ୟକ୍ରମ RYFAର ସଭାପତି ସଂଗ୍ରାମ କେଶରୀ ବେହେରାଙ୍କ ନେତୃତ୍ୱରେ ଏବଂ ସାଧାରଣ ସମ୍ପାଦକ ଅଭିଷେକ ପୃଷେଠ, ସମ୍ପାଦକ ଦେବାଶିଷ ବିଶ୍ୱାଳ, ସଦସ୍ୟ ନିହାର ପ୍ରଧାନ, ଶୁଭକାନ୍ତ ଭୁଜବଳ, ବିଶ୍ୱଜିତ ଜେନା, ମୁକ୍ତିକାନ୍ତ ସ୍ୱାଇଁ, ସୌମ୍ୟ ମହାନ୍ତି ,ଗୋଲକ ଓ ବିଭୁ ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।
କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ RYFA ପକ୍ଷରୁ ସ୍ଥାନୀୟ ପ୍ରଶାସନ, ପୋଲିସ ବିଭାଗ, ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି।

Leave A Reply

Your email address will not be published.