ରାଉରକେଲା : ରାଉରକେଲା – ବୀରମିତ୍ରପୁର ଏରିଆ ମଧ୍ୟରେ ବସ୍ ଚଳାଚଳ ବନ୍ଦ।। ଘରୋଇ ବସ୍ କର୍ମଚାରୀଙ୍କୁ ଅନ୍ୟ ବସ୍ ମାଲିକଙ୍କ ମାଡ ଅଭିଯୋଗ।।
ରାଉରକେଲା : ୧୮/୭
(ସତ୍ୟାନ୍ୟୁଜ) ଘରୋଇ ଯାତ୍ରୀବାହୀ ବସ ର ସମୟ ସାରଣୀ ଏବଂ ରୁଟ୍ କୁ ନେଇ ବିବାଦ ସୃଷ୍ଟି ହେବାରୁ ବନ୍ଦ ରହିଛି ବସ୍ ଚଳାଚଳ। ରାଉରକେଲା ରୁ ବରମିତ୍ରପୁର , ନୂଆଗାଁ , ହାତିବାରି, ରାଏବଗା ମଧ୍ୟରେ ଚାଲୁଥିବା ବସ୍ ରୁଟ୍ ପ୍ରଭାବିତ ହୋଇଛି। ସଲଙ୍ଗା ବାହାଲ ରୁ ଆସୁଥିବା ଏକ ଘରୋଇ ବସ୍ କର୍ମଚାରୀଙ୍କୁ ଅନ୍ୟ ଏକ ବସ୍ ର ମାଲିକ ମାଡ ମାରିବା ଅଭିଯୋଗ ଥାନାରେ ହୋଇଛି। ଦିଆ ଯାଇଥିବା ସମୟରେ ଖିଲାଫ କରି ବସ୍ ଚାଲୁଥିବା ଅଭିଯୋଗ କରି ବସ୍ ମାଲିକ କର୍ମଚାରୀଙ୍କ ସହ ମାଡପିଟ୍ କରିଥିଲେ। ବାରମ୍ବାର ଏପରି ପରିସ୍ଥିତି ଉପୁଜୁ ଥିବାରୁ ଅଭିଯୁକ୍ତ ବସ୍ ମାଲିକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଦାବିରେ ରାଉରକେଲା କୁ ବୀରମିତ୍ରପୁର ଅଞ୍ଚଳ ରୁ ଆସୁଥିବା ସମସ୍ତ ବସ୍ ଚଳାଚଳ ବନ୍ଦ ରଖା ଯାଇଛି। ଫଳରେ ଯାତ୍ରୀ ମାନେ ଘୋର ଅସୁବିଧାର ସାମ୍ନା କରୁଛନ୍ତି।