ରାଉରକେଲା : ବଣାଇ ସମ୍ୱନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗର ଚଢ଼ାଉ।। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ।
ରାଉରକେଲା : ୩୦/୧(ସତ୍ୟାନ୍ୟୁଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ବଣାଇ ସମ୍ୱନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀଙ୍କ ବିଭିନ୍ନ ଆବାସ ଏବଂ କର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶି ସାହୁଙ୍କ ବଣାଇ ସରକାରୀ କାର୍ଯ୍ୟଳୟ , ଘର ସମେତ ୭ ଟି ସ୍ଥାନରେ ଯାଞ୍ଚ ଚାଲିଛି। ଭୁବନେଶ୍ୱରର ଖାରବେଳ ନଗର , ଲକ୍ଷ୍ମୀ ସାଗରରେ ଥିବା ଫ୍ଲାଟ୍ , ବାଲେଶ୍ଵର ଫ୍ଲାଟ୍ , ଯାଜପୁର ରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଯାଞ୍ଚ ଚାଲିଛି। ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସ ପି , ୩ ଡିଏସପି , ୧୦ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଅଛନ୍ତି। ସୁନ୍ଦରଗଡ଼ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଜାରି ରହିଛି। ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।