ଭୁବନେଶ୍ୱର: ୨୮/୧(ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତ ଅବସରରେ ଆସି ଭୁବନେଶ୍ବର ଜନତା ମଇଦାନରେ
‘ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍-୨୦୨୫’ ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିବା ପରେ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ଙ୍କ ସମେତ କେନ୍ଦ୍ରମନ୍ତ୍ରୀ , ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ମୋଦି ବିମାନ ବନ୍ଦରରୁ ଏକ ଶୋଭାଯାତ୍ରାରେ ବାହାରି ଜନତା ମଇଦାନ ରେ ପହଞ୍ଚି କନକ୍ଲେଭ୍ ଉଦଘାଟନ କରିଥିଲେ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ କୁ ଦେଶର ବିଭିନ୍ନ ସ୍ଥାନରୁ ଶିଳ୍ପପତି ମାନେ ଆସି ପହଞ୍ଚିଛନ୍ତି।
ଜିନ୍ଦଲ୍ ଷ୍ଟିଲ୍ ପକ୍ଷରୁ କେଉଁଝରରେ ୩୦ ରୁ ୪୦ ହଜାର କୋଟି ଅର୍ଥ ବ୍ୟୟରେ ଏକ ଇସ୍ପାତ ପ୍ରକଳ୍ପ କରିବାର ଯୋଜନା ରହିଛି।