ବଣାଇ : ସିହିଡିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ।। ଦାୟିତ୍ୱରେ ଅବହେଳା ଅଭିଯୋଗରେ ନିଲମ୍ବନ କଲେ ବି ଇ ଓ।

0 2,936

ବଣାଇ : ୩୦/୧(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡର ସିହିଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ତଥା ଦାୟିତ୍ୱରେ ଅବହେଳା ଅଭିଯୋଗରେ ପ୍ରଧାନ ଶିକ୍ଷୟତ୍ରୀ ଦ୍ରୌପଦୀ ସାହୁଙ୍କୁ ବଣାଇ ବ୍ଲକ୍ ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି। ସିହିଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ ଜଣ ଛାତ୍ର ଛାତ୍ରାବାସରୁ ୨୮ ତାରିଖ ରାତିରେ କୁଆଡେ ଚାଲି ଯାଇଥିଲେ। ପରେ ସେମାନଙ୍କୁ ବାରକୋଟ ପୋଲିସ ଉଦ୍ଧାର କରିଥିଲେ। ସ୍କୁଲ ହଷ୍ଟେଲ ରେ ଚାଲିଥିବା ଅବ୍ୟବସ୍ଥା କାରଣରୁ ଛାତ୍ର ମାନେ ରାତି ୧୧ଟା ରେ ପଳାଇ ଥିଲେ ବୋଲି କୁହା ଯାଉଛି। ରାତିରେ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଇଥିବା ବେଳେ ଆମ୍ଭଗାଁ ନିକଟରେ ଲୋକ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ସେମାନଙ୍କୁ ଉଦ୍ଧାର କରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜିମା ଦେଇଥିଲେ। ପରେ ବ୍ଲକ୍ ଶିକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ କରିଥିଲେ। ଏହି ସମ୍ବେଦନଶୀଳ ଘଟଣାରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱରେ ଅବହେଳା କରିଥିବା କୁହା ଯାଉଛି । ବ୍ଲକ୍ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବନ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.