ରାଉରକେଲା : ସ୍କୁଲ ବସ୍ ଦୁର୍ଘଟଣା ଗ୍ରସ୍ତ।। ଅଳ୍ପକେ ବାର୍ତ୍ତିଲେ ଛାତ୍ରଛାତ୍ରୀ।। ଏକ କାର କ୍ଷତିଗ୍ରସ୍ତ।

0 522

ରାଉରକେଲା : ୨୦/୧୨(ସତ୍ୟାନ୍ୟୁଜ) ଆଜି ସକାଳେ ରାଉରକେଲା ରିଙ୍ଗ ରୋଡ ରେ ଏକ ଘରୋଇ ଇଂଲିଶ ମିଡ଼ିଅମ୍ ସ୍କୁଲ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ବସ୍ ରେ ଥିବା ୫୦ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣାରେ ଏକ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ୩ ନମ୍ବର ସେକ୍ଟର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା କ୍ଲିଅର କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଦିଲ୍ଲୀ ପବ୍ଲିକ ସ୍କୁଲ୍ ବସ୍ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ରାଉରକେଲା ହାଉସ୍ ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ବସ୍ ଟି ଭାରସାମ୍ୟ ହରାଇ ଏକ ଦିଭାଇଡର୍ ରେ ଚଢି ଯାଇଥିଲା। ପରେ ଏକ କାର କୁ ମଧ୍ୟ ପିଟି ଥିଲା। ଦୁର୍ଘଟଣାରେ କାର କ୍ଷତି ଗ୍ରସ୍ତ ହୋଇଥିବା ବେଳେ କାହାରି କୌଣସି କ୍ଷତି ହୋଇ ନାହିଁ। ସ୍କୁଲ ଛାତ୍ର ଛାତ୍ରୀ ମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାର କାରଣ ଜଣା ପଡ଼ି ନଥିଲା ବେଳେ ଘନ କୁହୁଡି ଯୋଗୁଁ ଏହା ଘଟିଥିବା କୁହା ଯାଉଛି। ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡ଼ିବ। ପୋଲିସ୍ ଘଟଣାର ତଦନ୍ତ କରୁଛି। ତେବେ ସ୍କୁଲ ବସ୍ ର
ଫିଟନେସ୍ ଏବଂ ଡ୍ରାଇଭରର ଲାଇସେନ୍ସ ଯାଞ୍ଚ କରାଯାଉଛି।

Leave A Reply

Your email address will not be published.