ସୁନ୍ଦରଗଡ : ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ବେଳେ ଅଘଟଣ।। ଦୌଡ଼ି ପଳାଇଲା ବେଳେ ଜଣଙ୍କର ମୃତ୍ୟୁ।। ୬ଟି କାର , ନଗଦ ୨୦ ହଜାର ଜବତ।

0 680

ସୁନ୍ଦରଗଡ : ୨୦/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ରେ ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ଏକ ଅଘଟଣ ହୋଇ ଯାଇଛି । ପୋଲିସକୁ ଦେଖି ଦୌଡ଼ି ପଳାଉଥିବା ବେଳେ ଜଣେ ଯୁବକଙ୍କ ଜଙ୍ଗଲରେ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଗତକାଲି ରାତିରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିବା ବେଳେ ଏବେ ପରିସ୍ଥିତି ଶାନ୍ତ ଅଛି।
ସୁନ୍ଦରଗଡ଼ ତଳସରା ଥାନା ଅଞ୍ଚଳରେ ଗତ କାଲି ରାତିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲା । ସେଠାରୁ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଜୁଆଡି ମାନେ ଦୌଡ଼ି ପଳାଇଥିଲେ। ତେବେ କିଛି ସମୟ ପରେ ନିକଟ ଜଙ୍ଗଲ ରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ମୃତ୍ୟୁ ର କାରଣ ଜଣା ପଡି ନଥିବା ବେଳେ ମୃତ ଦେହ କୁ ସୁନ୍ଦରଗଡ଼ ମେଡିକାଲ କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ଜୁଆ ଆଡ୍ଡା ରୁ ୬ ଟି କାର, ୨୦ ହଜାର ନଗଦ ଟଙ୍କା ଏବଂ ମୋବାଇଲ ଫୋନ ଆଦି ଜବତ କରିଛି । ଏହି ଘଟଣାର ତଦନ୍ତ ଚାଲିଛି।

Leave A Reply

Your email address will not be published.