ରାଉରକେଲା : ଆଳୁ , ପିଆଜ ପରେ ଅଣ୍ଡା ଦର ବୃଦ୍ଧିରେ ଖାଉଟିଙ୍କ ଚିନ୍ତା।। ଅଣ୍ଡା ଗୋଟା ୮ ରୁ ୯ ଟଙ୍କାରେ ବିକ୍ରି ହେଉଛି।

0 374

ରାଉରକେଲା : ୨୦/୧୨(ସତ୍ୟାନ୍ୟୁଜ) ଆଳୁ , ପିଆଜର ଦର ବୃଦ୍ଧି ନିୟନ୍ତ୍ରଣକୁ ଆସି ନଥିବା ବେଳେ ଏବେ ଅଣ୍ଡା ଦରରେ ନିରନ୍ତର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏବେ ଖୁଚୁରା ବଜାରରେ ଅଣ୍ଡା ଗୋଟା ୮ ରୁ ୯ ଟଙ୍କା ରେ ବିକ୍ରି ହେଉଥିବା ବେଳେ ହୋଲ୍ ସେଲ୍ ବଜାରରେ ଅଣ୍ଡା ୭ ଟଙ୍କା ୫୦ ପଇସାରେ ବିକ୍ରି ହେଉଛି। ହୋଲ୍ ସେଲ୍ ରେ ଅଣ୍ଡା ଡର୍ଜନ ପିଛା ୯୦ ଟଙ୍କା ରହିଛି। ମାସେ ପୂର୍ବରୁ ଅଣ୍ଡା ଗୋଟା ପ୍ରତି ୬ ଟଙ୍କା ଥିଲା। କିନ୍ତୁ ତା ପରେ ଲଗାତାର ଭାବେ ଅଣ୍ଡା ର ଦାମ୍ ବଢ଼ି ଚାଲିଛି। ମାଛ , ମାଂସ ଦର ଆକଶଛୁଆଁ ହୋଇଥିବା ବେଳେ ଆମିଷ ପ୍ରିୟ ଲୋକ ମାନେ ଅଣ୍ଡା ଉପରେ ନିର୍ଭର କରୁଥିଲେ। ସକାଳ ଜଳଖିଆ ଠାରୁ ଆରମ୍ଭ କରି ମୁଖ୍ୟ ମିଲ୍ ରେ ଅଣ୍ଡା ବ୍ୟବହାର ରେ ଆସିଥାଏ। ଏବେ ଅଣ୍ଡାର ଲଗାତାର ଦର ବୃଦ୍ଧି ଖାଉଟିଙ୍କ ପାଇଁ ଅସୁବିଧା ଆଣି ଦେଇଛି। ତେବେ ଶୀତ ଦିନେ ଅତ୍ୟଧିକ ଥଣ୍ଡା ହେଲେ ଅଣ୍ଡାର ସାମାନ୍ୟ ଦର ବୃଦ୍ଧି ଘଟିଥାଏ। ମାତ୍ର ଚଳିତ ବର୍ଷ ଗୋଟିଏ ଅଣ୍ଡା ପିଛା ୨ ଟଙ୍କା ବଢ଼ି ଯାଇଛି।
ଅନ୍ୟ ପକ୍ଷରେ ରାଉରକେଲାରେ ଆଳୁ କେଜି ପ୍ରତି ୪୫ ଟଙ୍କା ରହିଥିବା ବେଳେ ପିଆଜ ସେହି ୫୫ ଟଙ୍କାରେ ରହିଛି। ଖାଦ୍ୟ ପଦାର୍ଥ ସାମଗ୍ରୀରେ ଲଗାତାର ଦର ବୃଦ୍ଧି ହେଉଥିବାରୁ ସାଧାରଣ ଖାଉଟିଙ୍କ ବଜେଟ୍ ବିଗିଡି ଯାଉଛି। ମାତ୍ର ଏ ସମସ୍ତ ସାମଗ୍ରୀର ଦର ବୃଦ୍ଧି ବେଳେ ପନି ପରିବାର ଦାମ୍ କମ୍ ରହିଥିବାରୁ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

Leave A Reply

Your email address will not be published.