ରାଉରକେଲା : କଲୁଙ୍ଗା ରେଳ ଫାଟକ ନିକଟରେ ଟ୍ରେନ୍ ମାଡ଼ି ଯାଇ ଦୁଇ ମୃତ , ଜଣେ ଗୁରୁତର।। ଗୁରୁତର ଜେପି ହସ୍ପିଟାଲରେ ଭର୍ତ୍ତି।

0 926

ରାଉରକେଲା : ୧୭/୧୨(ସତ୍ୟାନ୍ୟୁଜ) ରାଉରକେଲା ନିକଟ କଲୁଙ୍ଗା ରେଳ ଫାଟକ ନିକଟରେ ଆଜି ରାତିରେ ଟ୍ରେନ୍ ମାଡ଼ି ଯିବାରୁ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଶବକୁ ରାଉରକେଲା ସରକାରୀ ହସ୍ପିଟାଲ ଅଣା ଯାଇଛି। ମିଳିଥିବା ସୂଚନା ଅନଯାୟୀ ମଙ୍ଗଳବାର ରାତିରେ ୩ ଜଣ ଯୁବକ ୩ ଟି ବାଇକ୍ ରେ କଲୁଙ୍ଗା ରେଳ ଫାଟକ ପାର ହେଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରେନ୍ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ରାଜ୍ୟ ରାଣୀ ଏକ୍ସପ୍ରେସ ସହ ବିଭିନ୍ନ ଟ୍ରେନ୍ ରାଉରକେଲା ଷ୍ଟେସନ ରେ ଅଟକି ରହିଛି। ରେଳବାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.