ରାଉରକେଲା : ରାସ୍ତା କଡ ବାରିଅର୍ ରେ ପିଟି ହୋଇ ବାଇକ୍ ଆରୋହୀଙ୍କ ଶରୀର ଦୁଇ ଖଣ୍ଡ।। ୧୪୩ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା।।

0 6,796

ବଣାଇ : ୧୭/୧୨(ସତ୍ୟାନ୍ୟୁଜ) ରାଉରକେଲା – ରାଜମୁଣ୍ଡା ମଧ୍ୟ ୧୪୩ ନମ୍ବର ଜାତୀୟ ରାଜପଥ ରେ ଆଜି ସନ୍ଧ୍ୟାରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି। ଜଣେ ବାଇକ୍ ଆରୋହୀ ଦୃତ ଗତିରେ ବାଇକ୍ ନେଇ ରାଜପଥ ରେ ଯାଉଥିବା ବେଳେ ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଦର୍ଜିଂ ନିକଟରେ କ୍ରାଶ୍
ବାରିଅର୍ ରେ ପିଟି ହୋଇ ଯାଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ବାଇକ୍ ଆରୋହୀ ଙ୍କ ଶରୀର ମଝିରୁ ଦୁଇ ଖଣ୍ଡ ହୋଇ ଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୬ଟା ପାଖାପାଖି ଜଣେ ଯୁବକ ଓଡି ୧୪ ଏ ଏଫ ୭୦୫୦ ନମ୍ବର ବାଇକ ଯୋଗେ ରାଜାମୁଣ୍ଡା ପଟୁ ରାଉରକେଲା ଯାଉଥିବା ବେଳେ ପ୍ରଥମେ ରାସ୍ତା କ୍ରାଶ୍ ବାରିଅର୍ ରେ ପିଟି ହୋଇ ଯାଇଥିଲା। ଲୁହା ଏଙ୍ଗେଲ୍ ରେ ବାଡ଼େଇ ହୋଇ ଶରୀର ଦୁଇ ଖଣ୍ଡ ହୋଇ ଯାଇ ଥିଲା। ସ୍ଥାନୀୟ ଲୋକେ ଦେଖି ଲହୁଣିପଡ଼ା ଥାନା ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ପୋଷ୍ଟମର୍ଟମ୍ ପାଇଁ ପଠାଇ ତଦନ୍ତ କରୁଛନ୍ତି।

Leave A Reply

Your email address will not be published.