ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଶୀତର ପ୍ରକୋପ ଜାରୀ।। ସବୁଠାରୁ ଅଧିକ ଥଣ୍ଡା ବଣାଇ ଉପଖଣ୍ଡରଟେନ୍ସା , କୋଇଡା।

0 367

ବଣାଇ : ୧୮/୧୨(ସତ୍ୟାନ୍ୟୁଜ) ରାଉରକେଲା , ବଣାଇ , କୋଇଡା , ଟେନ୍ସା ସହ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ସ୍ଥାନରେ ଶୀତର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡି ଜନ ଜୀବନକୁ ଅସ୍ତବ୍ୟସ୍ତ କାର ପକାଇଛି। ଲଗାତାର ଚାରି ଦିନ ଧରି ପାରଦ ତଳକୁ ଖସି ଯିବାରୁ ଶୀତର ପ୍ରକୋପ ବଢ଼ି ଯାଇଛି । ବିଶେଷ କରି ଜିଲ୍ଳାର ବଣାଇ ଉପଖଣ୍ଡ ବଣ , ପାହାଡ ଘେରା ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। କୋଇଡା , ଟେନ୍ସା ଅଞ୍ଚାଲରେ ସର୍ବାଧିକ ଥଣ୍ଡା ରହିଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁ , ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଏହି ଥଣ୍ଡାରେ ପ୍ରଭାବିତ ହୋଇଛନ୍ତି। ଯଦିଓ ଆଜି ଥଣ୍ଡାର ପ୍ରକୋପ ସାମାନ୍ୟ କମିଛି ତଥାପି ଲୋକମାନେ ରାସ୍ତାକଡ଼ରେ ବସି ନିଆଁ ସେକି ହେବ ଦେଖିବାକୁ ମିଳୁଛି। ସନ୍ଧ୍ୟାରୁ ଶୀତ ର ପ୍ରକୋପ ବଢୁଥିବା ବେଳେ ଦିନରେ ମଧ୍ୟ ଥଣ୍ଡା ଅନୁଭୂତ ହେଉଛି। ଲୋକମାନେ ଘରୁ ବାହାରିବା କମାଇ ଦେଇଥିବା ବେଳେ ଜରୁରୀ କାମରେ ବାହାରିବା ଲୋକେ ଶୀତ ବସ୍ତ୍ର ଘୋଡେ଼ଇ ହୋଇ ବାହାରୁଛନ୍ତି। ଶୀତ ଯୋଗୁ ଦୋକାନ ବଜାର ପୁରା ମାନ୍ଦା। ସୁନ୍ ସାନ ହେଉପଡୁଛି ରାସ୍ତା ଘାଟ। ସନ୍ଧ୍ୟା ୮ଟା ମଧ୍ୟରେ ଦୋକାନ ବଜାର ବନ୍ଦ ହୋଇ ଯାଉଛି। ଶୀତରୁ ରକ୍ଷା ପାଇବା ଲାଗି ଚା ଦୋକାନ, ଆଉ ନିଆଁ ପାଖରେ ସବୁଠାରୁ ବେଶୀ ଭିଡ ପରିଲକ୍ଷିତ ହେଉଛି। ଆସନ୍ତାକାଲି ଠାରୁ ଶୀତ ର ପ୍ରକୋପ କମିବାର ସମ୍ଭାବନା ରହିଛି।

Leave A Reply

Your email address will not be published.