ଗୁରୁଣ୍ଡିଆ ଥାନାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ – ୩୦ ରୁ ଉର୍ଦ୍ଧ , ୟୁନିଟ୍ ରକ୍ତ ସଂଗ୍ରହ।
ବଣାଇ : ୧୬/୧୨(ସତ୍ୟାନ୍ୟୁଜ) ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଗୁରୁଣ୍ଡିଆ ଥାନା ଅଧିକାରୀ ରାମେଶ୍ଵର ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଣାଇଁ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ, ଗୁରୁଣ୍ଡିଆ ସବଇନ୍ସପେକ୍ଟର ହୃଶୀକେଶ ପ୍ରଧାନ, ସବଇନ୍ସପେକ୍ଟର କେଶବ ଚନ୍ଦ୍ର ବେହେରା,ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ଅନିରୁଦ୍ଧ ବେହେରା, ଏଏସଆଇ ହେମନ୍ତ କୁମାର ଦେବ,ପ୍ରମୁଖ ଉପସ୍ଥିତ ରହି ଥିଲେ। ଗୁରୁଣ୍ଡିଆ କଲେଜର ଛାତ୍ରଛାତ୍ରୀ ମାନେ ରକ୍ତଦାନ କରିଥିବା ବେଳେ ଏଥିରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।