ରାଉରକେଲା : ପିସ୍ତଲ୍, ଗୁଳି ସହ ଦୁଇ ଦୁବୃତ୍ତ ଗିରଫ।। ୱାଗନର୍ କାର ଜବତ।। ବିକ୍ରି କରିବା ଉଦ୍ଦେଶ୍ୟରେ ପିସ୍ତଲ୍ ନେଉଥିବା ବେଳେ ଧରିଲେ ପୋଲିସ।

0 572

ରାଉରକେଲା : ୧୬/୧୨(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ର ଡ୍ରଗ୍ସ୍ ଏବଂ ବେଆଇନ୍ ଫାୟାର ଆର୍ମସ୍ ବିରୁଦ୍ଧରେ ଅଭିଯାନ ଜାରି ରହିଛି। ରବିବାର ରାତିରେ ପେଟ୍ରୋଲିଂ କରୁଥିବା ବେଳେ ୩ ନମ୍ବର ସେକ୍ଟର ଥାନା ପୋଲିସ କୁ ଏକ ଅଗ୍ନେୟାସ୍ତ୍ର କାରବାର ସମ୍ପର୍କରେ ସୂଚନା ମିଳିଥିଲା। ଦୁବୃର୍ତ୍ତ ମାନଙ୍କୁ ଧରିବାକୁ ପୋଲିସ ଜାଲ ବିଛାଇଥିଲା। ୪ ନମ୍ବର ସେକ୍ଟର ହନୁମାନ ମନ୍ଦିର ପାଖରେ ଦୁଇ ଜଣ ଦୁବୃର୍ତ୍ତ ଏକ ୱାଗନର୍ କାର ରେ ଆସିଲା ବେଳେ ପୋଲିସ ସେମାନଙ୍କୁ ଅଟକାଇ କାର ର ତଲାସୀ ନେଇଥିଲା। କାର ଭିତରୁ ଏକ ଲୋଡେଡ୍ ପିସ୍ତଲ୍ , ଗୁଳି ଆଦି ଜବତ କରିଥିଲେ ୩ ନମ୍ବର ସେକ୍ଟର ଥାନା ପୋଲିସ। ଦୁବୃତ୍ତ ମାନଙ୍କୁ ଚିହ୍ନଟ କରା ଯାଇଛି। ସେମାନେ ହେଲେ ୬ ନମ୍ବର ସେକ୍ଟର ଅଞ୍ଚଳ ର ଭିକି ଚୌଧୁରୀ ଏବଂ ୧୫ ନମ୍ବର ସେକ୍ଟର ଥାନା ଅଞ୍ଚଳର ସୁମିତ୍ ରଞ୍ଜନ ରାଉତ। ଏହି ପିସ୍ତଲ୍ ଭିକି ତାର ସମ୍ପର୍କୀୟଙ୍କ ଠାରୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ଥିବା ତଦନ୍ତରୁ ଜଣା ପଡିଛି। ପୋଲିସ୍ ପିସ୍ତଲ୍, ଗୁଳି , ମାଗଜିନ୍, ଏକ କାର , ମୋବାଇଲ୍ ଫୋନ୍ ଆଦି ଜବତ କରି ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.