ରାଉରକେଲା : ଦିଲ୍ଲୀ ପବ୍ଲିକ ସ୍କୁଲ ଛାତ୍ରୀ ଅନୟା କୋହଲି କଲେ କମାଲ୍।। ଦୁବାଇରେ ଆୟୋଜିତ ସମୁଦ୍ର କ୍ରୀଡ଼ାରେ ଦ୍ଵାଦଶ ସ୍ଥାନ ଅଧିକାର।

0 387

ରାଉରକେଲା : ୧୬/୧୨(ସତ୍ୟାନ୍ୟୁଜ) ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲରେ ପଢ଼ୁଥିବା ଛାତ୍ରୀ ଅନୟା କୋହଲି କଲେ କମାଲ୍। ନଅ ବର୍ଷୀୟ ଅନୟା ଦୁବାଇ ରେ ହୋଇ ଯାଇଥିବା ସମୁଦ୍ର ମଧ୍ୟରେ ଆୟୋଜିତ ୫୦୦ ମିଟର ରେସ୍ ରେ ଦ୍ଵାଦଶ ସ୍ଥାନ ଅଧିକାର କରିଛନ୍ତି। ୧୦ ବର୍ଷରୁ କମ୍ ବୟସର ପ୍ରତିଯୋଗୀଙ୍କ ପାଇଁ ଆୟୋଜିତ ଏହି ରେସ୍ ରେ ଅନୟା ଭାରତରୁ ଏକ ମାତ୍ର ବାଳିକା ଅଂଶ ଗ୍ରହଣ କରିଥିଲେ।
ସେ ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍ ରେ ପାଣି ଭିତରେ କ୍ରୀଡା ପ୍ରଦର୍ଶନ କରିବାର ଟ୍ରେନିଂ ନେଇଥିଲେ। ଦୁବାଇ ଠାରେ ସମୁଦ୍ର ମଧ୍ୟରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ୪୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

Leave A Reply

Your email address will not be published.