ବଣାଇ : ରକ୍ଷଣା ବେକ୍ଷଣ ଅଭାବରୁ ବାରମ୍ବାର ରାସ୍ତାରେ ଆମ୍ବୁଲାନ୍ସ ଖରାପ ହେଉଥିବା ଅଭିଯୋଗ।। ରୋଗୀ ସେବାରେ ଅସୁବିଧା ସୃଷ୍ଟି।

0 306

ବଣାଇ : ୨୧/୧୧(ସତ୍ୟାନ୍ୟୁଜ) ରୋଗୀ ସେବା ଲାଗି ଆମ୍ବୁଲାନ୍ସ ର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ। ଗୁରୁତର ରୋଗୀଙ୍କୁ ସୁବିଧାରେ ହସପିଟାଲ ପହଞ୍ଚାଇବାକୁ ଆମ୍ବୁଲାନ୍ସ ଏକ ସୁବିଧା ଜନକ ମାଧ୍ୟମ । ମାତ୍ର ଏବେ ଚାଲିଥିବା ୧୦୮ ଆମ୍ବୁଲାନ୍ସ ବାରମ୍ବାର ଖରାପ ହେଉଥିବାରୁ ରୋଗୀଙ୍କୁ ଠିକ୍ ସମୟରେ ହସପିଟାଲରେ ପହଞ୍ଚାଇବାରେ ବାଧା ସୃଷ୍ଟି ହେଉଛି। ଏପରି ଏକ ଘଟଣା ବଣାଇ ରେ ଦେଖିବାକୁ ମିଳିଛି।
ବଣାଇ ଉପଖଣ୍ଡର ନରେନ୍ଦ୍ର ରୁ ଏକ ଗୁରୁତର ରୋଗୀକୁ ବୁଧବାର ଦିନ ୧୦୮ ଆମ୍ବୁଲାନ୍ସ ଯୋଗେ ବଣେଇ ଉପଖଣ୍ଡ ଚିକି୍ସାଳୟକୁ ଆଣୁଥିବା ବେଳେ ବାଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଅଟକି ରହିଥିଲା। ଡ୍ରାଇଭର ଗାଡ଼ିକୁ ସଜାଡ଼ିବାରେ ଅକ୍ଷମ ହେବାରୁ ମଝି ରାସ୍ତାରେ ଗୁରୁତର ରୋଗୀଟି ଆମ୍ବୁଲାନ୍ସ ଭିତରେ ଛଟ ପଟ ହେଉଥିବା ଦେଖିବାକୁ ମିଳିଥିଲା। ଯେତେ ଚେଷ୍ଟା କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଠିକ୍ ହୋଇ ପାରିନଥିଲା। ପରେ ଉକ୍ତ ସ୍ଥାନରୁ ୨୫ କିଲୋମିଟର ଦୂରରେ ଥିବା ଖୁଣ୍ଟଗାଁ ଅଞ୍ଚଳରୁ ଆମ୍ବୁଲାନ୍ସ ଆସିବା ପରେ ଗୁରୁତର ରୋଗୀଙ୍କୁ ଉକ୍ତ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଆ ଯାଇଥିଲା।

ଏନେଇ ଉକ୍ତ ୧୦୮ ଆମ୍ବୁଲାନ୍ସ ଡ଼୍ରାଇଭର କହିଛନ୍ତି ବାରମ୍ବାର ଏମିତି ଅନେକ ଆମ୍ବୁଲାନ୍ସ ଖରାପ ହେଉଛି। ଆମେ ମଧ୍ୟ ବାରମ୍ବାର ଉପରିସ୍ତ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହା ଫଳରେ ଆମେ ଏମିତି ଅସୁବିଧାର ସମ୍ମୁଖୀନ ହେଉଛୁ।

ଏନେଇ ୧୦୮ଆମ୍ବୁଲାନ୍ସକୁ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ତାଙ୍କର ପ୍ରତିକ୍ରିୟା ମିଳି ପାରି ନାହିଁ।

Leave A Reply

Your email address will not be published.