ରାଉରକେଲା : ଖ୍ରୀଷ୍ଟମାସ୍ କେକ୍ ପ୍ରସ୍ତୁତ ପାଇଁ ମେ ଫେଆର୍ ହୋଟେଲ ହକି ୱାର୍ଲ୍ଡ କପ୍ ଭିଲେଜ୍ ରେ ଏକ ଅଭିନବ ପ୍ରୟାସ।। ଡ୍ରାଏ ଫ୍ରୁଟ ରେ ଆଲକୋହଲ ମିଶା ଯାଇ କେକ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ।
ରାଉରକେଲା : ୨୧/୧୧(ସତ୍ୟାନ୍ୟୁଜ) ଖ୍ରୀଷ୍ଟ ମାସ ପର୍ବ ଆହୁରି ମାସେ ଅଛି। କିନ୍ତୁ ଏହି ପର୍ବ ପାଳନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ରେ ସବୁଠାରୁ ବଡ ଆକର୍ଷଣ ହେଲା ଖ୍ରୀଷ୍ଟମାସ୍ କେକ୍। ଏହି କେକ୍ କୁ ସ୍ଵାଦିଷ୍ଟ କରିବା ଲାଗି ବିଭିନ୍ନ ପ୍ରକାର ସୁସ୍ଵାଦୁ ସାମଗ୍ରୀ ବ୍ୟବହାର କରାଯାଇଥାଏ। କେତେକ କେକ୍ ର ପ୍ରସ୍ତୁତି ମଧ୍ୟ ଅଜବ ପ୍ରକାରର ହୋଇ ଥାଏ। ଏବେ ରାଉରକେଲା
ମେ ଫେୟାର ହକି ୱର୍ଲ୍ଡ କପ୍ ଭିଲେଜ୍ ରେ ଏପରି ଏକ କେକ୍ ପ୍ରସ୍ତୁତି ର ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ବିଭିନ୍ନ ପ୍ରକାରର ଡ୍ରାଏ ଫ୍ରୁଟ୍ କୁ
ଆଲକୋହଲ୍ ରେ ଭିଜା ଯାଇ ରଖା ଯାଇଥାଏ। ଡିସେମ୍ବର ୧୫ ତାରିଖ ପରେ ଏହି ଡ୍ରାଏ ଫ୍ରୁଟ୍ କୁ ବାହାର କରାଯାଇ ଅନ୍ୟ ସାମଗ୍ରୀ ସହ ମିଶ୍ରଣ କରି କେକ୍ ପ୍ରସ୍ତୁତ କରାଯାଏ। ୧୭୦୦ ଶତାବ୍ଦୀ ରେ ପୂର୍ବ ୟୁରୋପ ରେ ଏପରି କେକ୍ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ସମସ୍ତେ ମିଶି ଏହି କେକ୍ ପ୍ରସ୍ତୁତ କରି ଥାଆନ୍ତି। ଏହା ଦ୍ବାରା ଭାଇଚାରା ବଢ଼ିଥାଏ। ଏବେ ମଧ୍ୟ ଏହି ପରମ୍ପରା ବଜାୟ ରହିଛି। ମେ ଫେଆର୍ ହୋଟେଲ ହକି ଭିଲେଜ୍ ରେ ସାମୁହିକ ଭାବେ ଡ୍ରାଏ ଫ୍ରୁଟ୍ ରେ ଆଲକୋହଲ୍ ମିଶା ଯାଇ କେକ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।