ରାଉରକେଲା : ବିରତୋଳା ପଥିକ ବିଶ୍ରାମ ସ୍ଥଳରେ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ।।

0 283

ନିଖିଳ ଭାରତ ସମବାୟ ସପ୍ତାହ ପାଳିତ
ରାଉରକେଲା :
ରାଉରକେଲା : ୨୦/୧୧(ସତ୍ୟା ନ୍ୟୁଜ) ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ଆଜି  ବିରତୋଳା ସ୍ଥିତ ପଥିକ ଆଶ୍ରୟସ୍ଥଳରେ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି | ମୁଖ୍ୟ ଅତିଥି ଭାବରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ l

| ଏହି କାର୍ଯ୍ୟକ୍ରମ ରେ ଏକ ଶୋଷଣହୀନ ଓ ବର୍ଣ୍ଣ ବୈଷମ୍ୟ ମୁକ୍ତ ସମାଜ ଗଠନରେ ସମବାୟର ଭୂମିକା ତଥା ସମବାୟ ଆନ୍ଦୋଳନ ଉପରେ ବିଶେଷ ଆଲୋକପାତ କରାଯାଇଥିଲା | ମାନ୍ୟବର ମନ୍ତ୍ରୀ ଶ୍ରୀ ଓରାମ ନିଜ ଅଭିଭାଷଣରେ ସମବାୟ କ୍ଷେତ୍ରରେ ସ୍ୱଚ୍ଛତା, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ, କମ୍ପୁଟରୀକରଣ, ଉନ୍ନତ ଭିର୍ତ୍ତି ଭୂମି ଉପରେ ଆଲୋଚନା କରିଥିଲେ, ଏକ ହୋଇ କାମ କରିବା, ସଭ୍ୟଙ୍କ ସ୍ୱାର୍ଥରେ କାମ କରିବା ତଥା ସମବାୟ ଗୌରବକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ଆହ୍ବାନ କରିଥିଲେ | ଏହି ଅବସରରେ ବିଭିନ୍ନ ବିଭାଗର ଷ୍ଟଲମାନଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା |
ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମବାୟ ସମିତିର ତ୍ୱରିତ ବେଗରେ ରୂପାନ୍ତନରୀକରଣ, ଧାନ କିଣାରେ ସ୍ୱଚ୍ଛତା ତଥା ସଚେତନତା ନିମନ୍ତେ ଆଲୋଚନା କରିଥିଲେ |

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସଭାପତି ସମବାୟ ବ୍ୟାଙ୍କ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନୂତନତା, ନିର୍ଦ୍ଦେଶକମାନଙ୍କୁ ସମିତିରେ ପ୍ରଗତି କାମରେ ସହାଭାଗୀ ହେବାକୁ ପରାମର୍ଶ, ତଥା ୟୁନିଅନ ସଭାପତି ଜ଼ିଲ୍ଲାରେ ୟୁନିଅନ ମାଧ୍ୟମରେ ତାଲିମ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ, ଏଥି ନିମନ୍ତେ ସାହାଯ୍ୟ ଲୋଡ଼ିଥିଲେ, ଡି ଆର ସି ଏସ ସମବାୟ ସମିତିକୁ ୱାନ ଷ୍ଟପ ସେଣ୍ଟରରେ ପରିଣତ କରିବା ଉପରେ ଗୁରୁତ୍ୱ ଦେବା ସହ ସବୁ ବିଭାଗ ଓ ସଭ୍ୟଙ୍କ ସହଯୋଗ ଲୋଡି ଥିଲେ |

ଶେଷରେ ସମବାୟ ଉପରେ ଅନୁଷ୍ଠିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯିବା ସଙ୍ଗେ , ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରାପ୍ତ କରିଥିବା ସମିତି, ବ୍ୟାଙ୍କ ଙ୍କୁ ପୁରସ୍କୃତ କରାଯିବ ସଙ୍ଗେ, ଶ୍ରେଷ୍ଠ ଚାଷୀ ଭାବେ ଯୁଧିଷ୍ଠିର କିସାନ(ରୁଗୁଡା ଲାମ୍ପସ ), ରାଜୁ ମହନ୍ତ(ବିଶ୍ରା ଲାମ୍ପସ ), ସନ୍ତୋଷ ଧାରୁଆ (ଲେଫ୍ରିପଡା ଲାମ୍ପସ ) ଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ରାଜ୍ୟସ୍ତରରେ କୃତୀ ସମିତିକୁ ସମ୍ମାନିତ କରାଯାଇ ସଭା ସାଙ୍ଗ ହୋଇଥିଲା |

ଏହି ଅବସରରରେ ଡି ଆର ସି ଏସ ଉମାଶଙ୍କର ଦାସ, କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜ଼ିଲ୍ଲା ସମବାୟ ୟୁନିଅନ ସଭାପତି ଭରତ ଚନ୍ଦ୍ର ମିଶ୍ର, ଏ ଆର ସି ଏସ ସୁନ୍ଦରଗଡ଼, ବଣାଇ, ପାନପୋଷ,  ଜ଼ିଲ୍ଲା ସ୍ତରୀୟ  କର୍ମଚାରୀବୃନ୍ଦ, ସମବାୟ ସମିତିର କର୍ମକର୍ତ୍ତା, ପରିଚାଳକ ନିର୍ଦ୍ଦେଶକବୃନ୍ଦ ଏବଂ ଚାଷୀ ଭଉଣୀ ଭାଇ ମାନେ ଉପସ୍ଥିତ ଥିଲେ

Leave A Reply

Your email address will not be published.