ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ।। ବର୍ଜ୍ୟବସ୍ତୁ ରୁ କଳାକୃତି ପ୍ରସ୍ତୁତିରେ ଜିଲ୍ଲା ରାଜ୍ୟ ସ୍ତରରେ ପୁରସ୍କୃତ।

0 298

ଜିଲ୍ଲା ସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ ପାଳିତ

ବର୍ଜ୍ୟବସ୍ତୁ ରୁ କଳାକୃତି ପ୍ରସ୍ତୁତି ରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟ ସ୍ତର ରେ ପୁରସ୍କୃତ

ସୁନ୍ଦରଗଡ଼ : ୨୧/୧୧(ସତ୍ୟା ନ୍ୟୁଜ) ସ୍ଥାନୀୟ ବିକାଶ ଭବନ ଠାରେ ଆଜି ବିଶ୍ଵ ଶୌଚାଳୟ ଦିବସ ପାଳିତ ହୋଇଯାଇଛି। ସ୍ୱଚ୍ଛ ଭାରତ ମିଶନ ( ଗ୍ରାମୀଣ) ଅନ୍ତର୍ଗତ ବର୍ଜ୍ୟବସ୍ତୁ ରୁ ଉତ୍ତମ କଳାକୃତି ପ୍ରସ୍ତୁତି ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟ ସ୍ତର ରେ ପୁରସ୍କୃତ ହୋଇଅଛି। ବର୍ଜ୍ୟବସ୍ତୁ ର ଏହି ଉତ୍ତମ କଳାକୃତି ପ୍ରସ୍ତୁତି ଗୁରୁଣ୍ଡିଆ ବ୍ଲକ ଦ୍ଵାରା କରାଯାଇଥିଲା। ରାଜ୍ୟ ସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ ପାଳନ ଅବସର ରେ ଗତକାଲି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଆଜି ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିଲେ। ଏହି ଅବସର ରେ ସେ ଜିଲ୍ଲା ର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତି ଶୌଚାଳୟ ବ୍ୟବହାର ଦ୍ଵାରା ହିଁ ବହୁ ରୋଗ ଦାଉରୁ ରକ୍ଷା ପାଇପାରିବେ ବୋଲି ପ୍ରକାଶ କରିଥିଲେ। ସେହିଭଳି ଜିଲ୍ଲା ରେ ଶୌଚାଳୟ ନିର୍ମାଣ ର ସ୍ଥିତି, ଶୌଚାଳୟ ଗୁଡ଼ିକର ମରାମତି, ଗୋଷ୍ଠି ଶୌଚାଳୟ ଆଦି ଉପରେ ନିଜର ବକ୍ତବ୍ୟ ରଖିଥିଲେ। ସେହିପରି ଘର ର ଶୌଚାଳୟ ଏବଂ ଗୋଷ୍ଠି ଶୌଚାଳୟ ଆଦି ର ସ୍ବଚ୍ଛତା ତଥା ସୌନ୍ଦର୍ଯ୍ୟକରଣ ଆଦି ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତି କିଭଳି ଶୌଚାଳୟ ବ୍ୟବହାର କରିବେ ସେନେଇ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବା ନେଇ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମ ରେ ଶୌଚାଳୟ ବ୍ୟବହାର, ଶୌଚାଳୟ କୁ ସ୍ୱଚ୍ଛ ରଖିବା, ଖୋଲା ରେ ମଳ ତ୍ୟାଗ କରୁଥିବା ଜନସାଧାରଣଙ୍କୁ ନିରନ୍ତର ଶିକ୍ଷା ପ୍ରଦାନ, କଠିନ ଓ ତରଳ ବର୍ଜ୍ୟବସ୍ତୁ ର ପୃଥକିକରଣ ଏବଂ ପରିଚାଳନା, ବର୍ଜ୍ୟବସ୍ତୁ ରୁ ସମ୍ପଦ ସୃଷ୍ଟି , ବିଦ୍ୟାଳୟ , ଅଙ୍ଗନୱାଡ଼ି ଆଦି ମାନଙ୍କରେ ସ୍ୱଚ୍ଛ ଶୌଚାଳୟ ବ୍ୟବହାର , ଶୌଚାଳୟ ବ୍ୟବହାର ପରେ ହାତ କୁ ପରିଷ୍କାର ଭାବେ ଧୋଇବା, ପରିଚ୍ଛନ୍ନତା ଅବଲମ୍ବନ କରିବା ଆଦି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। 
କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ର କନିଷ୍ଠ ଯନ୍ତ୍ରୀ, ସ୍ୱଚ୍ଛ ସାଥୀ, ବ୍ଲକ ରିସୋର୍ସ କର୍ଡିନେଟର ମାନେ ଉପସ୍ଥିତ ଥିଲେ। ଏହି ଅବସର ରେ  ହିତାଧିକାରୀ ମାନଙ୍କୁ ଶୌଚାଳୟ ନିର୍ମାଣ ନିମନ୍ତେ ଆଦେଶ ପତ୍ର ପ୍ରଦାନ କରାଯାଇଥିଲା।
Leave A Reply

Your email address will not be published.