ରାଉରକେଲା : ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ।। ଟ୍ରାକ୍ଟର ଚଳାଇ ଚାଷୀଙ୍କୁ ଉତ୍ସାହିତ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

0 343

ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ
ରାଉରକେଲା: ୨୦/୧୧(ସତ୍ୟାନ୍ୟୁଜ) ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଠାରୁ ବେଦବ୍ୟାସ ମେଳା ପଡିଆରେ ଆରମ୍ଭ ହୋଇଯାଇଛି  l କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଏହାର ଉଦଘାଟନ କରିଛନ୍ତି l ସେ ମେଳାର ବିଭିନ୍ନ ଷ୍ଟଲ ବୁଲି କୃଷି ଯନ୍ତ୍ରପାତି ଦେଖିବା ସହ ଟ୍ରାକ୍ଟର ମଧ୍ୟ ଚଳାଇ ଦେଖିଥିଲେ। ଏହି ଅବସରରେ ସେ ମେଳାରେ କ୍ରୟ କରିଥିବା ଚାଷୀମାନଙ୍କୁ ଟ୍ରାକ୍ଟର ର ଚାବି ପ୍ରଦାନ କରିଥିଲେ।

ଚାଷୀମାନେ ସମସ୍ତଙ୍କୁ ଆହାର ଯୋଗାଉଛନ୍ତି l   ଆଜିର ଯୁଗରେ ଜୈବିକ ଚାଷ ପୁଣି ଥରେ ଫେରି ଆସୁଛି  l  ସେ ନିଜର ଚାଷ କରିବାର ଅନୁଭୂତିକୁ ମଧ୍ୟ ଜଣାଇଥିଲେ l ସେ  କହିଲେ ଯେ  ଆଜିକାଲି ଚାଷ କରବା ପାଇଁ ମଜୁରୀ ନମିଳିବା ଯୋଗୁଁ ମେସିନର ବ୍ୟବହାର କ୍ରମଶ ବଢି ଯାଉଛି l  ଉନ୍ନତମାନର ଚାଷ କରିବା ପାଇଁ କୃଷି ଯନ୍ତ୍ରପାତିର ବ୍ୟବହାର କରିବା ପାଇଁ ଯୁବ ଚାଷୀଙ୍କୁ ଆହ୍ବାନ କରଥିଲେ l ସରକାର ଏଥିପାଇଁ ଅନେକ ଯୋଜନା କରିଛନ୍ତି ଏହାର ଲାଭ ଉଠାଇବାକୁ ଜୁଏଲ ପରାମର୍ଶ ଦେଇଥିଲେ l

 ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ, ଉପ ଜିଲ୍ଲାପାଳ, ପାନପୋଷ ବିଜୟ କୁମାର ନାୟକ, ସିଡିଏଓ ହରିହର ନାୟକ , ଏଲଡିଏମ ଗଗନ ବିହାରୀ ଭୋଳ, କୃଷି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପରମାନନ୍ଦ ପ୍ରଧାନ, କୃଷି ବିଜ୍ଞାନ କେନ୍ଦ୍ର, ବରିଷ୍ଠ ବୈଜ୍ଞାନିକ ଡାକ୍ତର ଲକ୍ଷ୍ମୀଧର ପ୍ରଧାନ ,କୃଷି ଜିଲ୍ଲା ଅଧିକାରୀ   ଜି ଜୟନ ଉପସ୍ଥିତ ଥିଲେ l

ଏହି ମେଳା ତିନିଦିନ ସକାଳ ୧୧ ରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଚାଲିବ l ମେଳାରେ କୃଷି ଯନ୍ତ୍ରପାତି ବିକ୍ରୟ କଂପାନୀ, ବିଭିନ୍ନ ବ୍ୟାଙ୍କ,  ଓ  ସ୍ବୟଂସହାୟକ ଗୋଷ୍ଠୀ ମୋଟ ୪୦ ଗୋଟି ଷ୍ଟଲ ଲାଗିଛି। ମେଳା ନଭେମ୍ବର ୨୨ ପର୍ଯ୍ୟନ୍ତ  ଚାଲିବ l ସଂଧ୍ୟାରେ ସାଂସ୍କତିକ କାଯ୍ୟକ୍ରମ ପରିବେଷଣ କରାଯାଇଥିଲା l

Leave A Reply

Your email address will not be published.