ବଣାଇ : ୨୦/୧୧(ସତ୍ୟାନ୍ୟୁଜ) ନଅ ଦିନ ତଳେ ନିଖୋଜ ହୋଇଥିବା
ଷେଣ୍ଢପୁର ନିବାସୀ ଚିତ୍ରସେନ ପ୍ରଧାନଙ୍କୁ ଶେଷରେ ମୂର୍ମଶୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ତୁରନ୍ତ ବଣାଇ ଡାକ୍ତରଖାନାରେ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବଣେଇ ଥାନା ଅନ୍ତର୍ଗତ ସେଣ୍ଡପୁର ଗ୍ରାମର ଚିତ୍ରସେନ ପ୍ରଧାନ ଗତ ୧୧ ତାରିଖ ଦିନ କୁଳିପୋଶ ଗ୍ରାମ ସ୍ଥିତ ନିଜ ସମ୍ପର୍କୀୟ ଘରକୁ ଶୁଦ୍ଧିକ୍ରିୟା କାମରେ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରି ତାଙ୍କ ସନ୍ଧାନ ନ ପାଇବାରୁ ଏ ନେଇ ଲହୁଣୀପଡ଼ା ଥାନାରେ ଏତଲା ଦେଇଥିଲେ । ପରିବାର ଲୋକଙ୍କ ଏତଲା ଅନୁସାରେ ପୋଲିସ ତାଙ୍କ ସନ୍ଧାନ ଜାରି ରଖିଥିଲେ। ମଙ୍ଗଳବାର ଦିନ ଚିତ୍ରସେନ ଙ୍କୁ ବଣେଇ ଥାନା ଅନ୍ତର୍ଗତ ଧରଣିଧର ପାଲି ଜଙ୍ଗଲ ରେ ଥିବା ଏକ ଇଟା ଭାଟି ନିକଟରେ ପଡିଥିବାର କିଛି ମହିଳା ଦେଖିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ କେନାଭେଟା ସରପଞ୍ଚ ଙ୍କୁ ଖବର ଦିଆ ଯାଇଥିଲା। ସରପଞ୍ଚଙ୍କ ସ୍ବାମୀ କିଛି ସ୍ଥାନୀୟ ଲୋକଙ୍କ ସହିତ ସେଠାରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଚିତ୍ରସେନ୍ ଙ୍କୁ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ।
ସେହି ସ୍ଥାନରେ ତାଙ୍କର ବାଇକ ମଧ୍ୟ ଛିଡ଼ା ହେଇ ରହିଥିବା ଦେଖିବାକୁ।ମିଳିଥିଲା। ତେବେ କେଉଁ ପରୀପ୍ରେକ୍ଷୀରେ ସେ ସେଠାକୁ ଗଲେ ଏବଂ ଟଙ୍କାର ଏ ପ୍ରକାର ଅବସ୍ଥା କିପରି ହେଲା ତା ପୋଲିସ ତଦନ୍ତ କରୁଛି।