ରାଉରକେଲା : ବିଦ୍ୟୁତ୍ ଖୁଣ୍ଟ ଚୋରିରାକେଟ୍ ର ୯ ସଦସ୍ୟ ଗିରଫ।। ପିକ୍ ଅପ୍ ଭ୍ୟାନ୍, ଗ୍ୟାସ୍ କଟର , ଗ୍ୟାସ୍ ସିଲିଣ୍ଡର୍ ଜବତ।
ରାଉରକେଲା : ୧୬/୧୧(ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ବିଦ୍ୟୁତ୍ ଖୁଣ୍ଟ ଚୋରି କରୁଥିବା ରାକେଟ୍ ର ୯ ଜଣ ସଦସ୍ୟଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ଚୋରି ରେ ବ୍ୟବହୃତ ଏକ ପିକ୍ ଅପ୍ ଭ୍ୟାନ , ଗ୍ୟାସ କଟର, ଗ୍ୟାସ୍ ସିଲଣ୍ଡର୍ ଆଦି ଜବତ କରିଛନ୍ତି। ଏହା ସହ ଚୋରି ହୋଇଥିବା ବିଦ୍ୟୁତ ଖୁଣ୍ଟି ର ୧୨ଟି କଟ୍ ପିସ୍ ଜବତ କରିଛନ୍ତି। ଏହି ଚୋର ମାନେ ତୁମରନ୍ ଛକରୁ ତିନି ଟି ବିଦ୍ୟୁତ୍ ଖୁଣ୍ଟି ଗ୍ୟାସ କଟର ରେ କାଟି ଚୋରି କରି ଥିଲେ। ଏକ ଘରୋଇ ସଂସ୍ଥା ପକ୍ଷରୁ ଏହି ଖୁଣ୍ଟ ଗୁଡ଼ିକ ନାକଖଣ୍ଡି – ବଲଣ୍ଡା ରାସ୍ତାରେ ଲଗା ଯାଇଥିଲା।