ରାଉରକେଲା : ଛାଡଖାଇ ମନାଇବାକୁ ଆଜି ଆମିଷ ବଜାରରେ ପ୍ରବଳ ଭିଡ।। ମଟନ୍, ଚିକେନ୍ , ମାଛ , ଚିଙ୍ଗୁଡ଼ି କିଣିବାକୁ ଲୋକଙ୍କ ଠେଲା ପିଲା।

0 373

ରାଉରକେଲା : ୧୭/୧୧(ସତ୍ୟାନ୍ୟୁଜ) ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ପରେ ଗତକାଲି ସଂକ୍ରାନ୍ତି ଏବଂ ଶନିବାର ଯୋଗୁଁ ଲୋକ ମାନେ ଛାଡ଼ ଖାଇ ମନାଇ ପାରି ନଥିଲେ। ଫିକା ପଡ଼ି ଯାଇଥିଲା ଆମିଷ ବଜାର। ଆଜି ରବିବାର ହୋଇଥିବାରୁ ଆମିଷହାରିଙ୍କ ମଧ୍ୟରେ ମାଛ ମାଂସ କିଣିବାକୁ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି।
ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ମଟନ୍, ଚିକେନ୍, ମାଛ, ଚିଙ୍ଗୁଡ଼ି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। କାର୍ତ୍ତିକରେ ମାସରେ ହବିଷ କରିଥିବା ଲୋକ ଆଜି ଆମିଷ ଖାଇବାକୁ ବେଶ୍ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।
ଚାହିଦା ଅନୁସାରେ ଆଜି ଦାମ ମଧ୍ୟ ପୂର୍ବାପେକ୍ଷା ଟିକେ ଅଧିକ ରହିଛି । ରାଉରକେଲା ଡେଲି ମାର୍କେଟରେ ଦେଶୀ ଚିକେନ କେଜିକୁ ୫୦୦ ଟଙ୍କା ଥିବାବେଳେ ବ୍ରୟଲର ଚିକେନ ୨୪୦, ମଟନ ୭୦୦ ରୁ ୮୦୦, ଖଇଙ୍ଗା ମାଛ ୪୦୦, କଳା ପାମ୍ପ୍ଲେଟ ୪୫୦, ପାମ୍ପ୍ଲେଟ ୮୦୦, ବଡ଼ ଚିଙ୍ଗୁଡ଼ି ୫୦୦ ଟଙ୍କା ରହିଛି। ରୋହି , ଭାକୁଡ ମାଛ ୨୦୦ ରୁ୨୫୦ ଟଙ୍କା ରହିଛି।

ସେହିପରି ଆମ୍ବାଗାନ୍ ମାର୍କେଟ ରେ ମଧ୍ୟ ଆମିଷ କିଣିବାକୁ ଭିଡ ଲାଗି ରହିଛି। ବଡ଼ କଣ୍ଟାଲ ଚିଙ୍ଗୁଡ଼ି ୬୦୦ ଟଙ୍କା , ବଡ଼ କଙ୍କଡା , ଚିଲିକା ଗ୍ରୀନ କଙ୍କଡା , ରେଡ଼ କଙ୍କଡା ଅଲଗା ଅଲଗା ଚଢ଼ା ଦାମ ରହିଛି।

Leave A Reply

Your email address will not be published.