ରାଉରକେଲା : ୧୬/୧୧(ସତ୍ୟାନ୍ୟୁଜ) କାର୍ତ୍ତିକ ମାସ ସାରା ପିଆଜ ଏବଂ ରସୁଣ ଦର କମି ନଥିବା ବେଳେ ଆଜି ମଧ୍ୟ ସେହି ରେଟ୍ ରହିଛି। ବିଭିନ୍ନ ସ୍ଥାନରେ ଖୁଚୁରା ବଜାର ରେ ପିଆଜ କେଜି ପ୍ରତି ୬୫ ରୁ ୭୦ ଟଙ୍କା ଥିବା ବେଳେ ରସୁଣ କେଜି ପିଛା ୩୮୦ ରୁ ୪୦୦ ଟଙ୍କା ରହିଛି। ଆଳୁ ରେଟ୍ ମଧ୍ୟ କିଲୋ ପିଛା ୩୦ ଟଙ୍କା ଉପରେ ରହିଛି। ପିଆଜ , ରସୁଣ ର ଦର ବୃଦ୍ଧି ର କୌଣସି ସଠିକ୍ କାରଣ ଜଣା ପଡି ନଥିବା ବେଳେ ଏବେ ଓଡ଼ିଶା ମାର୍କେଟ କୁ କମ୍ ସପ୍ଲାଇ ଏହାର କାରଣ ବୋଲି କୁହା ଯାଉଛି। ଭୁବନେଶ୍ୱର ଏବଂ ରାଉରକେଲାରେ ଏହି ଦର ସମାନ ରହିଛି। ଆସନ୍ତା କାଲି ରବିବାର ଦିନ ଲୋକ ମାନେ ଛାଡ଼ଖାଇ ମନାଉ ଥିବାରୁ ଆମିଷ ଖାଦ୍ୟ ପାଇଁ ଅଧିକ ପିଆଜ ଏବଂ ରସୁଣ ବ୍ୟବହାର ହେବାର ସମ୍ଭାବନା ରହିଛି। ତେଣୁ ଆଜି ଠାରୁ ଚଢ଼ା ଦର ରେ ପିଆଜ , ରସୁଣ ବିକ୍ରି ଆରମ୍ଭ ହୋଇ ଗଲାଣି। କେବଳ ପିଆଜ ରସୁଣ ନୁହେଁ , ଏବେ ସବୁ ପନି ପରିବା ର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କ ବଜେଟ୍ କୁ ବିଗାଡି ଦେଇଛି।