ରାଉରକେଲା : ସିଭିଲ ଟାଉନଶୀପ୍ ନିକଟ ସୂରୁଚି ବଜାର ରେ ଭୀଷଣ ଅଗ୍ନିକାଣ୍ଡ।। ନିଆଁ ଲିଭାଇବା ପାଇଁ ୫ଟି ଫାୟାର ଗାଡ଼ି ନିୟୋଜିତ।

0 898

ରାଉରକେଲା : ୧୫/୧୧(ସତ୍ୟାନ୍ୟୁଜ) ରାଉରକେଲା ସହରର ମୁଖ୍ୟ ମାର୍ଗ ସିଭିଲ ଟାଉନଶିପ୍ ନିକଟରେ ଥିବା ସୁରୁଚି ବଜାର ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇ ଯାଉଛି। ପାନପୋଷ ରୋଡ ରେ ଅବସ୍ଥିତ ଏହି ଡିପାର୍ଟମେଣ୍ଟାଲ୍ ଷ୍ଟୋର ରେ ଆଜି ସକାଳେ ଏହି ଅଗ୍ନି କାଣ୍ଡ ଘଟିଛି। ଏହି ଷ୍ଟୋର ରେ ବହୁ ଜ୍ଵଳନଶୀଳ ଗ୍ରୋସେରୀ ସାମଗ୍ରୀ ଥିବାରୁ ନିଆଁ ଖୁବ ଶୀଘ୍ର ବ୍ୟାପି ଯାଇଥିଲା। ଓଡ଼ିଶା ରାଜ୍ୟ ସରକାରଙ୍କ ୫ଟି ଫାୟାର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଫାୟାର ଟିମ୍ କୁ ନିଆଁ କୁ ନିୟନ୍ତ୍ରଣ କରିବାକୁ ୨ ଘଣ୍ଟା ରୁ ଉର୍ଦ୍ଧ୍ଵ ସମୟ ଲାଗିଥିଲା। ଅଗ୍ନିକାଣ୍ଡ ର କାରଣ ଜଣା ପଡି ନଥିବା ବେଳେ ଏହାର ତଦନ୍ତ ଚାଲିଛି। ସକାଳ ୭ଟା ବେଳେ ଦୋକାନ ମାଲିକ ଷ୍ଟୋର ରେ ନିଆଁ ଲାଗିବା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

Leave A Reply

Your email address will not be published.