ବିରମିତ୍ରପୁର : ଭତ୍ତା ବଣ୍ଟନ ପାଇଁ ଆସିଥିବା ୩ ଲକ୍ଷ ଟଙ୍କା ଚୋରି।। ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ।। ପୋଲିସ୍ ତଦନ୍ତ ଜାରି।

0 475

ବିରମିତ୍ରପୁର : ୧୪/୧୧(ସତ୍ୟାନ୍ୟୁଜ) ବିରମିତ୍ରପୁର ପୌରପାଳିକାର ୬ ନମ୍ବର ୱାର୍ଡ ଭତ୍ତା ବଣ୍ଟନ ପାଇଁ ଆସିଥିବା ୩ ଲକ୍ଷ ଟଙ୍କା ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି। ପୌରପାଳିକା ର ଜଣେ କର୍ମଚାରୀ ଭତ୍ତା ବଣ୍ଟନ ପାଇଁ ଏହି ଟଙ୍କା ଆଣି ତାଙ୍କ ଘରେ ରଖି ଥିଲେ। ଆଜି ଭତ୍ତା ବଣ୍ଟନ କରା ଯାଇ ଥାଆନ୍ତା। ମାତ୍ର ତା ପୂର୍ବରୁ ଏହି ଟଙ୍କା ଚୋରି ହୋଇ ଯିବାରୁ ଭତ୍ତା ବଣ୍ଟନ ହୋଇ ପରି ନାହିଁ। ଉକ୍ତ କର୍ମଚାରୀ ଟଙ୍କା ଏକ ବ୍ୟାଗ୍ ରେ ରଖିଥିଲେ। ଏହି ବ୍ୟାଗ୍ କୁ କେହି ଦୁବୃତ୍ତ ଘରୁ ନେବା ପରେ ବ୍ୟାଗ୍ ଖୋଲି ଟଙ୍କା ନେଇ ଯାଇଥିବା ଅଭିଯୋଗ ଥାନାରେ ହୋଇଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.