ବଣାଇ : ଗାଁ ମଝିରେ ଖଜୁରୀ ଗଛ।। ଖଜୁରୀ ଗଛରେ ବାୟା ଚଢ଼େଇ ବସା।। ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ।

0 512

ବଣାଇ : ୧୩/୧୧(ସତ୍ୟାନ୍ୟୁଜ) ପୂର୍ବେ ବିଭିନ୍ନ ଗାଁ ରେ ଦେଖିବାକୁ ମିଳୁଥିଲା ତାଳ ଗଛ ଏବଂ ଖଜୁରୀ ଗଛ। ଆଉ ଏହି ଗଛରେ ବାୟା ଚଢେଇ ବସା। ଚଢ଼େଇଙ୍କ କିଚିରି ମିକିରି ଶବ୍ଦରେ ବେଶ ସୁନ୍ଦର ଲାଗୁଥିଲା ପରିବେଶ। ଧିରେ ଧିରେ ନାଁ ଆଉ ତାଳ , ଖଜୁରୀ ଗଛ ଦେଖା ଯାଉଛି ନାଁ ବାୟା ଚଢ଼େଇ ବସା। ଏବେ ଏହି ବସା କାଁ ଭାଁ ଦେଖିବାକୁ ମିଳୁଛି। ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ର ତେଙ୍ଗଳା ଗ୍ରାମରେ ଦେଖିବାକୁ ମିଳୁଛି ଏପରି ବାୟା ଚଢ଼େଇ ବସା। ତା ପୁଣି ଗାଁ ମଝିରେ ଥିବା ଖଜୁରୀ ଗଛ ରେ । ଏହି ବାୟା ଚଢେଇ ଦେଖିବାକୁ ସିନା ଛୋଟ , ହେଲେ ସେମାନଙ୍କ ଘର କରିବାର ଶୈଳୀ ବେଶ ଉନ୍ନତ। ଅନ୍ୟ ଗଛ ର ପତ୍ର କୁ ସରୁ ସରୁ କରି ଚିରି ଆଣି ସୁନ୍ଦର ଭାବେ ଘର କରିଛନ୍ତି। ସତେ ଯେପରି ଛୁଞ୍ଚି ସୂତାରେ କପଡା ସିଲାଇ ହୋଇଛି। ନିଜ ଥଣ୍ଟ ରେ ଗୋଟି ଗୋଟି କରି ସିଲେଇ କରୁଛି। କିଏ ନୂଆ କରୁଛି ତ ଅଉ କାହାର ପୁରୁଣା। ବର୍ଷା ହେଉ କି ଖରା ଏହି ଠାରେ ପରିବାର ସହ ରହନ୍ତି ଚଢ଼େଇ ପରିବାର। ସୁଲୁ ସୁଲିଆ ପବନ ଦେଲେ ସୁନ୍ଦର ଭାବରେ ଦୋହଲି ଯାଉଛି ଏହି ବସା। କିନ୍ତୁ ଭାଙ୍ଗି ପଡୁ ନହିଁ କି ଛିଣ୍ଡି ପଡୁନାହିଁ। କଥାରେ ଅଛି ‘ ବାୟା ଚଢ଼େଇ ର କି ଯାଏ , ବା ‘ କଲେ ବସା ଦୋହଲୁ ଥାଏ ‘

ଗାଁ ମଝିରେ ଏହି ଗଛ ଥିବାରୁ ତାଙ୍କର କେହି କ୍ଷତି କରୁନାହାନ୍ତି ବରଂ ଗାଁ ଲୋକେ ସୁରକ୍ଷା ଦିଅନ୍ତି। ଯଦି ଏହିପରି ଗାଁ ମାନଙ୍କରେ ସୁରକ୍ଷା ମିଳେ ତେବେ ନିଶ୍ଚିତ ଭାବରେ ବିଲୁପ୍ତ ହେବାକୁ ଯାଉଥିବା ଏହି ବାୟା ଚଢେଇ ବଂଶ ପୁଣି ବୃଦ୍ଧି ପାଆନ୍ତା

Leave A Reply

Your email address will not be published.